ପଦ୍ମପୁର : ବୌଦ୍ଧ ଜିଲ୍ଲାରୁ ବ୍ୟାପକ ପରିମାଣର ଗଞ୍ଜେଇ ଛତିଶଗଡ଼ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଖବର ପାଇ ପଦ୍ମପୁର ପୁଲିସ୍ ଏକ ସୁଇପ୍ଟ ଡିଜାର କାର୍ ସହ ୫୨ କେଜି ୨୦୦ ଗ୍ରାମ ଗଂଜେଇ ଜବତ କରିଛି।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସ୍ପି ପି ଏସ୍ ମୀନା ପଦ୍ମପୁର ଥାନାଧିକାରୀ ରାଜେନ୍ଦ୍ର ସିଅଲକୁ ନାକାବନ୍ଦୀ କରି ଗଞ୍ଜେଇ ବ୍ୟବସାୟୀଙ୍କୁ କାବୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଥାନାଧିକାରୀ ଶ୍ରୀ ସିଅଲ ଏକ ଟିମ୍ ଗଠନ କରି ଛିନ୍ଭିନ୍ ଆରମ୍ଭ କରିଥିଲେ। ଗତକାଲି ରାତି ୧୦ଟା ସମୟରେ ସୁଇପ୍ଟ ଡିଜାର କାର୍ (ସିଜି୧୩-ଏଏଚ୍-୨୧୯୪)ରେ ଗଞ୍ଜେଇ ଆସୁଥିବା ଜାଣି ପଦ୍ମପୁର ଶାସ୍ତ୍ରୀଚୌକଠାରେ ମଝି ରାସ୍ତାରେ ଏକ ଟ୍ରକ୍ ରଖି ପୁଲିସ୍ ଟିମ୍ ରାସ୍ତା ଅବରୋଧ କରିଥିଲେ। କିନ୍ତୁ କାର୍ ଦ୍ରୁତଗତିରେ ପେଟ୍ରୋଲ ଟାଙ୍କିରୁ ଘୂରାଇ ଚାଲି ଯାଉଥିଲା। ସପିଆଁ ଛକରେ ପୁଲିସ୍ ରହିଥିବା ଖବର ପାଇ ଗଂଜେଇ ମାଫିଆମାନେ ଇତସ୍ତତଃ ହୋଇପଡ଼ିଥିଲେ। ଦୀର୍ଘ ୨ ଘଣ୍ଟା ପୁଲିସ୍ ଓ ଗଞ୍ଜେଇ ମାଫିଆ ସହ ଛକାପଞ୍ଜା ଖେଳ ପରେ କାର୍ ଛାଡି ଡ୍ରାଇଭର ଓ ଅନ୍ୟମାନେ ଅନ୍ଧକାର ରାତିରେ ଫେରାର୍ ହୋଇଯାଇଥିଲେ। ପୁଲିସ୍ କାର୍ ସହ ୫୨ କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଥାନା କେସ୍ ନଂ ୫୫/୨୩ରେ ମାମଲା ରୁଜୁ ହୋଇଛି। ଏହି ଚଢ଼ଉେର ସବ୍ ଇନ୍ସପେକ୍ଟର ପ୍ରକାଶ ପାତ୍ର, ଏଏସଆଇ ସନ୍ତୋଷ ବିଶ୍ବାଳ, ନାରାୟଣ ସାହୁ, ପ୍ରଫୁଲ୍ଲ ବିଶ୍ବାଳ, ହେମନ୍ତ ଗଡ଼ତିଆ ଓ ଅନ୍ୟ ସହକର୍ମୀ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/ganja.jpg)