ଆକ୍ଟିଭା ନମ୍ବର ପ୍ଲେଟ ଲଗାଇ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ

୧୫୮୯ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଜୟପୁର: ନମ୍ବର ପ୍ଲେଟ ହେଉଛି ହୋଣ୍ଡା ମଟର ସାଇକେଲ ବା ଆକ୍ଟିଭା ୫‘ଜି’ର, କିନ୍ତୁ ଲାଗିଛି ପିକ୍ଅପ ଭ୍ୟାନରେ। ଆଉ ଲମତାପୁଟ ପରି ମାଓ ଉପଦୃତ ଅଞ୍ଚଳରୁ ଗୋଟିଏ ପରେ ଗୋଟିଏ ଥାନା ଡେଇଁ ଜୟପୁର ଆସିସାରିଥିଲା। ଆଉ କିଛି ସମୟ ପରେ ପୂର୍ବ ନିର୍ଦ୍ଧାରିତ ସ୍ତାନରେ ପହଞ୍ଚି ବି ଯାଇଥାନ୍ତା। କିନ୍ତୁ ଧରି ଦେଲା ପୁଲିସ। ପୁଲିସ ଧରିବା ପରେ କିପରି ଗଞ୍ଜେିଇ ଚାଲାଣ ପାଇଁ ମାଫିଆ ଟ୍ରିକ୍ ବ୍ୟବହାର କରୁଛନ୍ତି ତାହା ଦେଖିବାକୁ ମିଳିଛି ଜୟପୁର ସଦରଥାନା ଅଞ୍ଚଳରେ। ଗତକାଲି ଦିନ ପ୍ରାୟ ୧୦ଟାବେଳେ ୧୫୮୯ କେଜି ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଜୟପୁର ସଦର ପୁଲିସ ଜଣକୁ ଗରିଫ କରି କୋର୍ଟ ଚାଲାଣ କରିବା ପରେ ଏହା ପଦାକୁ ଆସିଛି। ଏହାସହ ଏକ ଗାଡିକୁ ମଧ୍ୟ ଜବତ କରିଛି। ଗରିଫ ହୋଇ କୋର୍ଟ ଚାଲାଣ ହୋଇଥିବା ଯୁବକ ଜଣକ ହେଲେ ଜୟପୁର ଓସିସି କଲୋନୀ ମୁଣ୍ଡାଗୁଡା ଅଞ୍ଚଳର ସୁନୀଲ ମହାନ୍ତି(୪୮)। କରୋନା ଜନିତ ଲକଡାଉନରେ କିପରି ମାତିଛନ୍ତି ଗଞ୍ଜେଇ ଚୋରା ଚାଳାଣକାରୀ। ଆଉ ଜାଲି ଗାଡି ନମ୍ବରକୁ ବ୍ୟବହାର କରି କିପରି ମାତିଛନ୍ତି ଗଞ୍ଜେଇ ମାଫିଆ। ଆଉ କିପରି ଗେତଞ୍ଜଇ ଚାଲାଣକାରୀଙ୍କ ଭୂସ୍ବର୍ଗ ପାଲଟିଛି ଜୟପୁର ତାହା ଦେଖିବାକୁ ମିଳିଛି। ଲକଡାଉନରେ ଏମାନଙ୍କ ପାଇଁ ମାଲକାନଗିରି, ଲମତାପୁଟ, ବୈପାରିଗୁଡା ପାଲଟିଛି ସୁନା ଅଣ୍ଡାଦିଆ କୁକୁଡା। କିଛି ଦିନର ବ୍ୟବଧାନ ପରେ ଜୟପୁର ସଦର ପୁଲିସ ହାତରେ ଲାଗିଛି ଚୋରା ଗଞ୍ଜେଇ ଚାଲାଣକାରୀଙ୍କର ତଥ୍ୟ ।

ମିଳିଥିବା ସୂଚନା ମୁତବାକ ଗତକାଲି ଦିନ ପ୍ରାୟ ୧୦ଟାବେଳେ ଏସଆଇ ସୀମା ପ୍ରଧାନ ଓ ତାଙ୍କ ଟିମ୍ ସଦରଥାନା ସୀମା ପାତ୍ରପୁଟ ଛକ ନିକଟରେ ପଟ୍ରୋଲିଂ କରୁଥିଲେ । ଏହି ସମୟରେ ଲମତାପୁଟ ପଟୁ ଜୟପୁର ଆଡକୁ ଓଡି ୧୦ କେ ୪୩୪୦ ନମ୍ବର ବିଶିଷ୍ଟ ଏକ ମହିନ୍ଦ୍ରା ପିକ୍ ଅପ ଭ୍ୟାନ୍ ଦ୍ରୁତଗତିରେ ଆସିଥିଲା । ଏହାକୁ ସୀମା ଓ ତାଙ୍କ ଦଳ ଅଟକାଇବାକୁ ଚେଷ୍ଟାକରିଥିଲେ ମଧ୍ୟ ଏହି ଗାଡି ଟି ଅଟକି ନ ଥିଲା । ପରେ ଏହାକୁ ପିଛା କରିବା ପରେ ଖୁଡୁପି ଛକ ନିକଟରେ ଅଟକିଥିଲା। ଗାଡି ଯାଞ୍ଚ କରାଯିବା ପରେ ନୀଳ ଜରିରେ ୫୦ଟି ପ୍ୟାକେଟ ବିଶିଷ୍ଟ ଗଞ୍ଜେଇ ଜବତ ହୋଇଥିଲା। ଅତିରିକ୍ତ ମାଜିଷ୍ଟ୍ରଟ ତଥା ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀଙ୍କ ଉପସ୍ଥିତିରେ ଏହି ଗାଡିରୁ ଭର୍ତ୍ତି ୧୫୮୯ କେଜିର ଗଞ୍ଜେଇ ଜବତ କରାଯାଇଥିଲା। ଏହାର ଅନୁମାନିକ ମୂଲ୍ୟ ପ୍ରାୟ ୭୯ ଲକ୍ଷ ଟଙ୍କା ହେବ ବୋଲି ଓଆଇସି ଶିବ ଶଙ୍କର ସାହୁ ସୂଚନା ଦେଇଛନ୍ତି। ତେବେ ଉକ୍ତ ଗାଡିଟିରେ ଲାଗିଥିବା ନମ୍ବରକୁ କିପରି ଲମତାପୁଟ, ବୈପାରିଗୁଡା ପୁଲିସ ଜାଣି ପାରିଲାନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାସହ ଉକ୍ତ ନମ୍ବରଟି କୋରାପୁଟ ଜିଲ୍ଲା କାମିନି ଦେହୁରୀଙ୍କ ନାମରେ ପଞ୍ଜୀକୃତ ହୋଇଥିବାବେଳେ ଏହିନମ୍ବରକୁ ଗିରଫ ହୋଇଥିବା ବ୍ୟକ୍ତି ଜଣକ କିପରି ପାଇଲେ ତାହାକୁ ନେଇ ନାନା ପ୍ରଶ୍ନଉଠିଛି। ଆଉ ଜବତ ହୋଇଥିବା ପିକଅପର ମୂଳ ନମ୍ବର କେଉଁଠି ଓ କାହିଁକି ନମ୍ବର ପ୍ଲେଥଟକୁ ବଦଳାଯାଇଥିଲା ତାହାର ତଦ୍ତ କରୁଛି ଜୟପୁର ସଦର ପୁଲିସ।

ସମ୍ବନ୍ଧିତ ଖବର