ସୋନପୁର : ସୋନପୁର ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ଉପରେ ଚଢଉ କରି ୧୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ବାପା, ଦୁଇ ପୁଅ ସମେତ ୪ ଜଣକୁ ଗିରଫ କରିଛି।

Advertisment

ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଦୁଇଟି ବାଇକ (ଜେଏଚ୍‌୦୩କ୍ୟୁ-୫୨୬୮ ଏବଂ ଜେଏଚ୍‌୦୩ୱାଇ- ୧୭୭୨)ରେ ‌ସୋନପୁର ପଟରୁ ହିକୁଡ଼ି ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇଥିଲା। ଖବର ପାଇବା ପରେ ଅବକାରୀ ବିଭାଗ ଟିମ୍‌ ସୋନପୁର ବୁଢାରାଜା ଛକରେ ଚଢ଼ଉ କରି ଦୁଇଟି ବାଇକ୍‌ରେ ଆସୁଥିବା ୪ ଜଣ ବ୍ୟକ୍ତିଙ୍କୁ ଅଟକାଇ ଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୧୩ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ଝାଡ଼ଖଣ୍ଡର ଗଡ଼ହ୍ବା ଜିଲ୍ଲା ଭିକାହି ଗ୍ରାମର ନାଗିନ ଚୌଧୁରୀ(୪୪) ଓ ତାଙ୍କ ଦୁଇ ପୁଅ ସକଳଦେବ ଚୌଧୁରୀ(୨୦) ଏବଂ କୁଳଦେବ ଚୌଧୁରୀ (୨୧) ତଥା ଅନ୍ୟ ଜଣେ ଗଡ଼ହ୍ବା ଜିଲ୍ଲା ତଥା ଥାନା ଅନ୍ତର୍ଗତ ଡାଟମା ୱାର୍ଡ ନମ୍ବର ୫ର ପପୁ ଚୌଧୁରୀ(୨୩) ଆଦି ୪ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ଅବକରୀ ଅଧୀକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ନୀରିକ୍ଷକ ରାଧାକାନ୍ତ ଭୋଇଙ୍କ ନେତୃତ୍ବରେ ଅବାକରୀ ଏସ୍‌ଆଇ ସୁଧୀର ମିଶ୍ର, ଏଏସ୍‌ଆଇ କୀର୍ତ୍ତନ ନାଏକ, ଏଏସ୍‌ଆଇ ସବିତା ପଟ୍ଟନାୟକ, କନେଷ୍ଟବଲ ପିଣ୍ଟୁ ସାହୁ, ପୃଥ୍ବୀରାଜ କଅଁର, ଡୋଳାମଣି ପ୍ରଧାନ ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ।