ଅଭିନଵ ଉପାୟରେ ଚାଲାଣ କରାଯାଉଥିବା ବେଳେ ୪ କ୍ବିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଜବତ, ୨ ଅଟକ

ବେତନଟୀ: ଅଭିନଵ ଉପାୟରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଏକ ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ କରିଛି ପୁଲିସ୍। ଏହି ମାମଲାରେ ବେତନଟୀ ଥାନା ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ବେତନଟି ଥାନା ଅଞ୍ଚଳରେ ୪ କ୍ବିଣ୍ଟାଲ ୨୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଛି। ସକାଳ ପ୍ରାୟ ୭ଟା ବେଳେ ବେତନଟୀ ଥାନା ପୁଲିସ୍ ଏକ ପିକଅପ୍ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲା। ସେଥିରେ କତେୋଟି ପାର୍ସଲ୍ ଥିବା ଦେଖିବାକୁ ପାଇଥିଲା ପୁଲିସ୍। ପାର୍ସଲରେ କ’ଣ ଅଛି ବୋଲି ପ୍ରଶ୍ନ କରିବା ବେଳେ ଉଭୟ ଗାଡ଼ି ଚାଳକ ଓ ହେଲପର୍ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍ ଉଭୟଙ୍କୁ ଧରିବାରେ ସକ୍ଷମ ହୋଇଥିଲା।
ଉକ୍ତ ପାର୍ସଲଗୁଡ଼ିକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏଥିରେ ପ୍ରାୟ ୪ କ୍ବିଣ୍ଟାଲ ୨୦ କିଲୋଗ୍ରାମ ଓଜନର ଗଞ୍ଜେଇ ଥିବା ଜଣାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି।


ପୁଲିସ୍ ପିକଅପ ଭ୍ୟାନ(ବିଆର୍୦୩କେ-୬୦୯୮) କୁ ଜବତ କରିବା ସହ, ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ସମୟରେ ବେତନଟୀ ଥାନା ଆଇଆଇସି, ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର