କେସିଙ୍ଗା : ୨୬ନଂ ଜାତୀୟ ରାଜପଥ କେସିଙ୍ଗା ତାହଁସିର ନିକଟରେ ଏକ ବଲେରୋ (ଜେଏଚ୍ଓ୧ଆର୍-୭୧୧୮) ରୁ ସ୍ଥାନୀୟ ପୁଲିସ ୩୩ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖାଯାଇଛି। ସିମିଳିଗୁଡ଼ାରୁ ବିହାରକୁ ବଲେରୋ ସିଟ୍ ତଳେ ଚାମ୍ବର କରି ଗଞ୍ଜେଇ ଚାଲାଣ ହେଉଥିଲା। ଆଇଆଇସି ସତ୍ୟ ନନ୍ଦଙ୍କ ତତ୍ତ୍ବାବଧାନରେ ତଦନ୍ତ ଜାରି ରହିଛି।
୩୯ କେଜି ଗଞ୍ଜେଇ ସହ ବଲେରୋ ଜବତ, ୪ଜଣ ଅଟକ
/sambad/media/post_attachments/wp-content/uploads/2022/03/3d04f69c-4c03-429c-94a5-f4a31044bf60.jpg)