ଘର ବାକ୍ସରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

କେସିଙ୍ଗା : କେସିଙ୍ଗା ବ୍ଲକ୍‌ ସିଂବାହାଲି ଗ୍ରାମର ଜଣଙ୍କ ଘରୁ ୨.୫୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି କେସିଙ୍ଗା ପୁଲିସ୍‌। ଘଟଣାରେ ୨ଜଣକୁ ଅଟକ ରଖି ପୁଲିସ୍‌ ତଦନ୍ତ ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଏମାନେ ପୂର୍ବରୁ ବି ଏକ ଚୋରା ଗଞ୍ଜେଇ ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି। କେସିଙ୍ଗା ଆଇଆଇସି ସତ୍ୟ ନନ୍ଦଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ ହୋଇଥିଲା।

ସମ୍ବନ୍ଧିତ ଖବର