ଝାରସୁଗୁଡା ଓ କନ୍ଧମାଳରୁ ୮୩ କିଲୋଗ୍ରାମ ଗଞ୍ଜେଇ ଜବତ

ଝାରସୁଗୁଡା/ କନ୍ଧମାଳ: ଝାରସୁଗୁଡ଼ାରେ ୪୯ ନମ୍ବର ଜାତୀୟ ରାଜପଥର ନୂଆଡ଼ିହି ନିକଟରେ ବ୍ରଜରାଜନଗର ପୁଲିସ ଅଟୋରେ ଆସୁଥିବା ଜଣେ ଯୁବକ ନିକଟରୁ ୧୩ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଯୁବକର ନାମ ପିଣ୍ଟୁ ବାରିକ(୩୦) ଓ ତାହାର ଘର ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ଗଣେଶ ନଗରରେ ବ‌ୋଲି ପୁଲିସ କହିଛି। ବ୍ରଜରାଜନଗର ପୁଲିସ ପକ୍ଷରୁ ଝାରସୁଗୁଡା ପଟୁ ଆସୁଥିବା ଅଟୋଟିକୁ ନୂଆଡ଼ିହି ନିକଟରେ ଅଟକାଇ ତଲାସୀ କରାଯାଇଥିଲା ।

ଏକ ବ୍ୟାଗରେ ଗଞ୍ଜେଇ ମିଳିଥିବାବେଳେ ଏହି ଗଞ୍ଜେଇ ପିଣ୍ଟୁ କେଉଁଠୁ ଆଣିଲା ଏବଂ ଏହି ଗଞ୍ଜେଇ ଚାଲାଣରେ କେଉଁମାନେ ଜଡ଼ିତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ କନ୍ଧମାଳରେ ଫିରିଙ୍ଗିଆ ପୁଲିସ ଦୁଇଟି ଅଟୋରେ ୭୦ କିଲୋଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ କରିଛି | ଏହି ଗଞ୍ଜେଇକୁ ରତଙ୍ଗରୁ ସାରଙ୍ଗଡ଼କୁ ଚାଲାଣ ହେଉଥିବାବେଳେ ପୁଲିସ ଜବତ କରିଛି | ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ନାବାଳକ ରହିଛନ୍ତି | ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହୋଇଥିବାର ଜଣାପଡିଛି |

ସମ୍ବନ୍ଧିତ ଖବର