ଚଣ୍ତିଖୋଲ : ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ବଡ଼ଚଣା ପୁଲିସ ଏହି ଥାନା ଅନ୍ତର୍ଗତ ବଡ଼ଘୁମୁରୀ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ରାମଚନ୍ଦ୍ର ବିଶ୍ବାଳ(୬୦)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ୧୭ ତାରିଖ ରାତି ୧୦ଟାରେ ରାମଚନ୍ଦ୍ର ତାଙ୍କ ଘର ନିକଟସ୍ଥ ବ୍ରିଜ ଉପରେ ଜଣେ ବ୍ୟବସାୟୀଙ୍କ ଠାରୁ ଗଞ୍ଜେଇ କିଣୁଥିଲେ। କୌଣସି ସୂତ୍ରରୁ ଖବର ପାଇ ବଡ଼ଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତ ଘଟଣାସ୍ଥଳରେ ପହଞ୍ଚି ରାମଚନ୍ଦ୍ର ଠାରୁ ୨.୫କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ଗଞ୍ଜେଇ ବିକିଥିବା ଚୋରା ବ୍ୟବସାୟୀ ଜଣକ ସେଠାରୁ ଫେରାର ହୋଇଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୨୦ ହଜାର ଟଙ୍କା ହେବବୋଲି ପୁଲିସ କହିଛି।
ଗଞ୍ଜେଇ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)
/sambad/media/agency_attachments/2024-07-24t043029592z-sambad-original.webp)