କବାଟବନ୍ଧ : ଜିଲ୍ଲା ଅବକାରୀ ସ୍କ୍ବାଡ୍ ପକ୍ଷରୁ ବୁଧବାର ଦିନ ଜେନାପୁର ଥାନା ଅନ୍ତର୍ଗତ ବାରକଣା ଏବଂ ବ୍ରାହ୍ମଣୀବ୍ରିଜ୍ ବଜାର ଉପରେ ଚଢ଼ଉ କରାଯାଇ ୮ କେଜି ଗଞ୍ଜେଇ ସହ ଏକ ବାଇକ୍ ଜବତ କରାଯାଇଛି। ଗଞ୍ଜେଇ ବେପାର କରୁଥିବା ବ୍ରାହ୍ମଣୀବ୍ରିଜ୍ ଉପର ବଜାରର ଚାହା ଦୋକାନୀ କାଳନ୍ଦି ସାହୁ ଓରଫ କାଳିଆ (୪୫)କୁ ଗିରଫ କରାଯାଇଛି।
ବୁଧବାର ସକାଳ ୮ଟା ବେଳେ ଅବକାରୀ ସ୍କ୍ବାଡ୍ କାଳିଆର ଚାହା ଦୋକାନରେ ଚଢ଼ଉ କରିଥିଲେ। ହେଲେ ସେଠାରେ କିଛି ନମିଳିବାରୁ ତାକୁ ତାର ଗାଁ ବାରକଣାକୁ ନେଇଥିଲେ। ଅଭିଯୁକ୍ତ ଘରେ ରଖିଥିବା ୮ କେଜି ଗଞ୍ଜେଇକୁ ଜବତ କରିବା ସହ ତା’ ନାଁରେ ଥିବା ଏକ ଟିଭିଏସ୍ ବାଇକ୍କୁ ମଧ୍ୟ ଜବତ କରାଯାଇଥିଲା। କାଳନ୍ଦି ନାଁରେ ୧୦/୨୩ରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରାଯାଇଛି।
ପ୍ରକାଶ ଯେ, ଗତ ଦୁଇବର୍ଷ ପୂର୍ବେ ଏସ୍ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍ ମଧ୍ୟ କାଳନ୍ଦି ନିକଟକୁ ବିପୁଳ ପରିମାଣର ଗଞ୍ଜେଇ ସହ ଏକ ବାଇକ୍ ଜବତ କରିଥିଲା।
Follow Us