ସୋନପୁର : ସୋନପୁର ପୁଲିସ ୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ବିରେଶ୍ବରପୁର ସାଉଥ-୨୪ ଥାନା ଅନ୍ତର୍ଗତ ରଘୁନାଥପୁରର ପ୍ରସନଜିତ ହଲଦର(୨୪) ସୋନପୁର ମନମୁଣ୍ଡା ରାସ୍ତାର କୁଞ୍ଜ ଛକ ନିକଟରେ ଏକ ବ୍ୟାଗରେ ଗଞ୍ଜେଇ ଧରି ବସକୁ ଅପେକ୍ଷା କରିଥିବାବେଳେ ପୁଲିସ ଚଢ଼ଉ କରି ତାକୁ ଧରିଥିଲା। ଯାଞ୍ଚ ସମୟରେ ପ୍ରସନଜିତଠାରୁ ୨ କେଜି ୭୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ସୋନପୁର ପୁଲିସ ପ୍ରସନଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତ ଏସ୍ଆଇ ଅଭିମନ୍ୟୁ ସେଠୀ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/arrest-new-indian-express.jpg)