ରାଉରକେଲା : ଅବକାରୀ ପୁଲିସ ରାଉରକେଲା ଷ୍ଟେସନ ନିକଟରୁ ଜଣେ ଚୋରା ଗଞ୍ଜେଇ ବେପାରିକୁ ଗିରଫ କରିଛି। ଗିରଫ ବେପାରି ଜଣକ ହେଲେ ଝାଡ଼ଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲା ପରସୁଡିହି ମଚୁଆପଡାର ସନ୍ନି ମଚୁଆ (୨୩)। ତା ନିକଟରୁ ଟ୍ରଲି ବ୍ୟାଗରେ ଭର୍ତ୍ତି ୧୫ କେଜି ଗଞ୍ଜେଇ ଜବତ କରିଛି। ସନ୍ନି ଟ୍ରଲି ବ୍ୟାଗରେ ଗଞ୍ଜେଇ ଭର୍ତ୍ତିକରି ଷ୍ଟେସନକୁ ଯାଉଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ଅବକାରୀ ପୁଲିସ ଷ୍ଟେସନ ନିକଟରୁ ସନ୍ନିକୁ ଗିରଫ କରିବା ସହ ଗଞ୍ଜେଇ ଭର୍ତ୍ତି ଟ୍ରଲି ବ୍ୟାଗକୁ ଜବତ କରିଥିଲା।
ଗଞ୍ଜେଇ ଜବତ, ବେପାରି ଗିରଫ
/sambad/media/post_attachments/wp-content/uploads/2022/01/22f40b84-116a-4871-8865-37efb8f65f1f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)