ପାଇକମାଳ : ବେଆଇନ ଭାବେ ଚାଲାଣ ହେଉଥିବା ୩୫ କେଜି ଗଞ୍ଜେଇ ସହ ଏକ ଲକ୍ଷ ଟଙ୍କା ପାଇକମାଳ ପୁଲିସ୍ ଜବତ କରିଛି। ଏଥିରେ ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ସୂଚନା ଦେଇଛି।
ବିଶେଷ ସୂତ୍ରରୁ ଖବର ପାଇ ପୁଲିସ୍ ବୁଧବାର ଜାମସେଠଠାରେ ଏକ କାର୍ (ଓଡି୦୧-ଏନ୍-୦୨୦୦) ଅଟକାଇ ଥିଲେ। ସେଥିରୁ ୩୫ କେଜି ଗଞ୍ଜେଇ, ୪ଟି ମୋବାଇଲ, ନଗଦ ୧ ଲକ୍ଷ ୧୬ ଶହ ଟଙ୍କା ଜବତ କରିଥିଲେ। ଏଥିରେ ସଂପୃକ୍ତ ନୟାଗଡ଼ ଜିଲ୍ଲା ଖେଦାପଡ଼ାର ପ୍ରଭାତ ଗୁରୁ (୩୦) ଓ ବୌଦ୍ଧ ଜିଲ୍ଲାର ବାଗଡ଼ିଆ ଗ୍ରାମର ସନ୍ତୋଷ ପ୍ରଧାନ (୨୯)ଙ୍କୁ ପୁଲିସ ଜାମସେଠରୁ ଗିରଫ କରିଥିଲା। ଗୁରୁବାର ଦୁଇ ଜଣଙ୍କୁ ପଦ୍ମପୁର କୋର୍ଟକୁ ପଠାଯାଇଛି ବୋଲି ଆଇଆଇସି ବିଶ୍ୱଜିତ୍ ମନବୋଧ ଜଣାଇଛନ୍ତି।