ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ଅଞ୍ଚଳରୁ ଗଂଜେଇ ଚୋରାଚାଲାଣ ସମୟରେ ପୁଲିସ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ-କରଞ୍ଜକଟା ରାସ୍ତାର ଲୋକାପଡ଼ା ବସଷ୍ଟାଣ୍ଡରୁ ବାହାର ରାଜ୍ୟକୁ ଗଂଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୧୨ କେଜି ଓଜନର ଗଂଜେଇ ବ୍ୟାଗ୍ ଜବତ କରିଥିଲା। ଏଥିରେ ସଂପୃକ୍ତ ଥିବା ପଶ୍ଚିମବଙ୍ଗ ଉତ୍ତର-୨୪ ପ୍ରାଙ୍ଗଣର ଅପନା ଦାସ (୩୫) ଓ ଖୋର୍ଦ୍ଧା ଅଞ୍ଚଳର ମାନସ ପ୍ରଧାନ (୫୦)ଙ୍କୁ ଗିରଫ କରିଥିଲା। ଏ ନେଇ ପୁରୁଣାକଟକ ଥାନାରେ ଏକ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜ୍ୟୋତ୍ସ୍ନା କାଉଁରୀ ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp