ନୂଆପଡ଼ା : ଓଡ଼ିଶାରୁ ଛତିଶଗଡ଼କୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରାଚାଲଣ ହେଉଥିବା ସମୟରେ ନୂଆପଡ଼ା ଅବକାରୀ ବିଭାଗ ଚଢ଼ଉ କରି ଜବତ କରିଛି। ଏହି ଘଟଣାରେ ଖରିଆର ରୋଡ୍ ରେଲ୍ୱେ ଫାଟକ ଅଞ୍ଚଳରେ ଚଢ଼ଉ କରି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଗଣ୍ଡାକୋଟ୍ରାର ସୁଧୀର ମେହେର (୨୫ ବର୍ଷ) ଓ ଛତିଶଗଡ଼ ରାଜ୍ୟ ଦୁର୍ଗର ବାକେଲାଲ ଶଙ୍କର (୬୦ ବର୍ଷ)।
ଏକ ବସ୍ତାରେ ଗଞ୍ଜେଇ ଧରି କୌଣସି ଏକ ବସ୍କୁ ଅପେକ୍ଷା କରିଥିବା ବେଳେ ନୂଆପଡ଼ା ଅବକାରୀ ନିରୀକ୍ଷକ ଇନ୍ଦ୍ରଜିତ ସାହୁଙ୍କୁ ନେତୃତ୍ବରେ ଚଢ଼ଉ ହୋଇଥିଲା। ଏମାନଙ୍କୁ ପଚରାଉଚୁରା କରିଥିବାରୁ ଜଣାପଡ଼ିଥିଲା ଯେ ଛତିଶଗଡ଼କୁ ଚାଲାଣ ହେବାର ଥିଲା। ଜବତ ହୋଇଥିବା ୧୪ କେଜି ଗଞ୍ଜେଇର ମୂଲ୍ୟ ୧ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ବିଭାଗ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/nuapada-3.jpg)