ଗଞ୍ଜେଇ ସହ କାର ଜବତ, ୨ ଗିରଫ

ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପୁଲିସ ଶନିବାର ଚୋରା ଚାଲାଣ ହେଉଥିବା ଗଞ୍ଜେଇ ସହ ଏକ କାର୍‌ ଜବତ କରିଥିବା ବେଳେ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ବାଗଡ଼ିଆ ଗ୍ରାମର ଅଜୟ ସାହୁ (୩୪) ଓ ବାମନାଳି ଗ୍ରାମର ଗରିଆ ମାଝୀ (୩୨)।

ପ୍ରାପ୍ତ ସୂଚନାନୁସାରେ ସାହାଜପାଲ-ଜଡ଼ାପାଲଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସଂପର୍କରେ ଖବର ପାଇ ବାଉଁଶୁଣି ଥାନା ପୁଲିସ୍‌ ଶନିବାର ଅପରାହ୍‌ଣ ପ୍ରାୟ ୩ଟା ବେଳେ ସଂପୃକ୍ତ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଏକ କାର୍‌ (ଓଡି ୦୨କ୍ୟୁ-୭୧୦୩)କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ମିଳିଥିଲା। ଫଳରେ ପୁଲିସ୍‌ କାର୍‌ ଓ ଗଞ୍ଜେଇ ଜବତ କରିବା ସହ ଅଜୟ ଓ ଗରିଆକୁ ଗିରଫ କରିଥିଲା। ଜବତ ଗଞ୍ଜେଇର ପରିମାଣ ୪୧ କେଜି ୨୦୦ ଗ୍ରାମ ବୋଲି ପୁଲିସ୍‌ ପ୍ରକାଶ କରିଛି। ଏ ନେଇ ଥାନା କେସ ନଂ ୧୧୭/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ଥିବା ଥାନାଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ କହିଛନ୍ତି।

ସମ୍ବନ୍ଧିତ ଖବର