ବରପାଲି : ସୋନପୁର ଜିଲ୍ଲା ରାମପୁର ପଟରୁ ୨ଜଣ ଯୁବକ ଏକ ବାଇକ୍ରେ ଏୟାର ବ୍ୟାଗ୍ରେ ଗଂଜେଇ ନେଇ ଆସୁଥିବା ବେଳେ ଏମ୍ଭି ଚେକିଂ ସମୟରେ ବରପାଲି ପୁଲିସ୍ ହାତରେ ଧରାପଡ଼ିଥିଲେ। ଗିରଫ ଦୁଇ ଅଭିଯୁକ୍ତ ହେଲେ ମଧ୍ୟପ୍ରଦେଶ ଦାମୋହ ରାୟପୁରର ସୁରଜ ଏହିର୍ବାଲ (୨୮) ଓ ମଧ୍ୟପ୍ରଦେଶ ରଙ୍ଗନାଥ ଥାନା କଟନୀର ନଦୀମ ଅହମ୍ମଦ (୩୭)। ଏମାନଙ୍କଠାରୁ ପୁଲିସ୍ ୯ କେଜି ୫୬୨ ଗ୍ରାମ ଗଞ୍ଜେଇ, ୪ଟି ଶାଢ଼ି, ନଗଦ ୩୨୨୦ ଟଙ୍କା, ହିରୋହଣ୍ଡା ସ୍ପେଲେଣ୍ଡର ପ୍ଲସ୍ ବାଇକ୍ (ଓଆର୍-୧୭ଜି-୪୩୬୨), ୨ଟି ମୋବାଇଲ ଜବତ କରିଛି।
ବରପାଲି ଥାନା କେସ୍ ନମ୍ବର ୨୬୩, ଅଣ୍ଡର ସେକ୍ସନ ୨୦ବି, ଏନ୍ଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି। ବରପାଲି ଥାନା ଏସ୍ଆଇ ଜ୍ୟୋତିରଞ୍ଜନ ତାଣ୍ଡି, ସୌମ୍ୟରଞ୍ଜନ ପଧାନ, ଏଏସ୍ଆଇ ନରେନ୍ଦ୍ର ପଣ୍ଡା, ଦୁର୍ବାଦଳ ମାଝୀ, କନେଷ୍ଟେବଲ ଅଶୋକ ଭୋଇ, ପ୍ରକାଶ ଆଚାର୍ଯ୍ୟ, ଉମାଶାଙ୍କର ଗଡ଼ତିଆ ଏହି ଚଢ଼ଉରେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/b15c8159-0f74-4573-ae48-2cba574c994b.jpg)