ସୁନ୍ଦରଗଡ଼: ଗଂଜେଇ ଜବତ, ୨ ଗିରଫ

ସୁନ୍ଦରଗଡ଼: ଭଷ୍ମା ଥାନାର ପାଟ୍ରୋଲିଂ ଦଳ କଇଁସରା ଛକରେ ଏକ ବାଇକ୍‌ରୁ ୨ କେଜି ଗଂଜେଇ ଜବତ କରିବା ସହ ଗଂଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ନାଏକ (୨୫) ଓ ସମୀର ତିର୍କୀ (୨୨)। ସେମାନଙ୍କ ଘର ଛତିଶଗଡ଼ ଯଶପୁର ଜିଲ୍ଲା ଫଲସାବାହାଲ ଥାନା ଅନ୍ତର୍ଗତ ପଣ୍ଡ୍ରିପାନି। ଆଜି ଏକ ନମ୍ବର ବିହୀନ ପଲର୍ସ ବାଇକରେ ବିୟଜ ଓ ସମୀର ଗଂଜେଇ ନେଇ ଯାଉଥିବା ବେଳେ ପାଟ୍ରେଲିଂ ଟିମ୍‌ ସନ୍ଦେହରେ ଯାଞ୍ଚ କରି ଧରିଥିଲେ।

ସମ୍ବନ୍ଧିତ ଖବର