କଟକ : ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ନିର୍ଦ୍ଧାରିତ ସମୟସୀମା ଭିତରେ ଚାର୍ଜସିଟ୍ ଦାଖଲ ନ କରିବା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ୪୯୮ କିଲୋ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ନେଇ ମୁନିଗୁଡ଼ା ଥାନାରେ ରୁଜୁ ମାମଲାରେ ଅଭିଯୁକ୍ତ ରାଜେନ୍ଦ୍ର କାକୋଡ଼ିଆ ଓ ସ୍ବରୂପ ଉଲକେ ଓରଫ ଉଇକେଙ୍କୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଦୁଇ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
୪୯୮ କିଲୋ ଗଞ୍ଜେଇ ଚୋରା ଚାଲାଣ ଘଟଣା: ଚାର୍ଜସିଟ୍ ଦାଖଲରେ ଅବହେଳା, ୨ ଅଭିଯୁକ୍ତଙ୍କୁ ଜାମିନ
/sambad/media/post_attachments/wp-content/uploads/2021/10/law-3a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)