ବ୍ରହ୍ମପୁର : ଉତ୍ତରାଖଣ୍ଡକୁ ଗଂଜେଇ ଚାଲାଣ ଫସର ଫାଟିଛି। ଗଜପତି ଜିଲ୍ଲାର ଅନ୍ତରବାରୁ ବିପୁଳ ପରିମାଣ ଗଂଜେଇ ନେଇ ଚାଲାଣକାରୀ ଉତ୍ତରାଖଣ୍ଡ ଯାଉଥିବା ବେଳେ ବ୍ରହ୍ମପୁରରେ ଧରିଛି ଅବକାରୀ ଗୁଇନ୍ଦା ବିଭାଗ। ରାକେଟ୍ର ମାଷ୍ଟର୍ମାଇଣ୍ଡ୍ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଏମାନଙ୍କ ନିକଟରୁ ୧୧କ୍ବିଣ୍ଟାଲ୍ ଗଂଜେଇ ସମେତ ଚାଲାଣରେ ବ୍ୟବହୃତ ହେଉଥିବା ଏକ ଟ୍ରକ୍, ପିକ୍ଅପ୍ ଭ୍ୟାନ୍ ଓ କାର୍ ମଧ୍ୟ ଜବତ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଗିରଫ ଅଭିଯୁକ୍ତମାନେ ହେଲେ ରାକେଟ୍ର ମାଷ୍ଟର୍ମାଇଣ୍ଡ୍ କୁହାଯାଉଥିବା ଉତ୍ତରାଖଣ୍ଡର ଗଜେନ୍ଦ୍ର ସିଂ, ଗଜପତି ଜିଲ୍ଲା ଅନ୍ତରବାର ରାଜ କୁମାର ପାଲ ଓ ଉତ୍ତରପ୍ରଦେଶର ଅର୍ଜୁନ ସିଂ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଇନ୍ସ୍ପେକ୍ଟର୍ ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/01/ganja-1.jpg)
ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିସନର୍ ଶାନ୍ତନୁ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଆଜି ସକାଳେ ୧୬ନମ୍ବର ଜାତୀୟ ରାଜପଥରେ ପଇଁତରା ମାରୁଥିଲା। ପକୁଡ଼ିବନ୍ଧ ଜଙ୍କସନ୍ରେ ଏହି ଟିମ୍ ବ୍ଲକିଂ କରି ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ଏକ ନଡ଼ିଆ କତା ବୋଝେଇ ଟ୍ରକ୍କୁ ସନ୍ଦେହରେ ଅଟକ ରଖାଯାଇଥିଲା। ଯାଞ୍ଚ ପରେ ନଡ଼ିଆ କତା ବସ୍ତା ମଝିରେ ଗଂଜେଇ ଲୁଚାଯାଇ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଟ୍ରକ୍ ଡ୍ରାଇଭର୍ ଅର୍ଜୁନଙ୍କୁ ଧରି ଜେରା କରିବା ପରେ ତା’ର ଅନ୍ୟ ଦୁଇ ସହଯୋଗୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ପରେ ପଛରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଓ କାରକୁ ମଧ୍ୟ ଅଟକାଇଥିଲା। ଟ୍ରକ୍ରୁ ୯୬୧କେଜି ଗଂଜେଇ ଜବତ ହୋଇଥିବା ବେଳେ ପିକ୍ଅପ୍ରୁ ୬୫ ଓ କାର୍ରୁ ୬୪ କେଜି ଗଂଜେଇ ଜବତ ହୋଇଥିଲା। ଜବତ ହୋଇଥିବା ପ୍ରାୟ ୧୧କ୍ବିଣ୍ଟାଲ୍ ଗଂଜେଇର ଆନୁମାନିକ ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଚଢ଼ଉରେ ଇନ୍ସ୍ପେକ୍ଟର୍ ସାମନ୍ତ ଓ ଏସ୍ଆଇ ବିଶ୍ବଜିତ ଦାଶଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/ganja-2.jpg)