କଣ୍ଟାମାଳ : ୩ କୋଟି ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ : କଣ୍ଟାମାଳ ଥାନା ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଡିଗି ଓ ସୁଆପାବୁଲି ଗ୍ରାମ ନିକଟ ଜଙ୍ଗଲରେ ଅବାକାରୀ ବିଭାଗ ଚଢ଼ଉ କରି ୧୨ ଏକରର ଗଞ୍ଜେଇ କିଆରି ଠାବ କରିଛି। କଣ୍ଟାମାଳ ଅତିରିକ୍ତ ତହସିଲଦାର ସୁଶୀଳ କୁଅଁରଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛ କଟାଯାଇଛି। ମୋଟ୍‌ ୩୬ ହଜାର ଗଛ କାଟି ନିଆଁ ଲଗାଇ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ୩ କୋଟି ୬୦ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଅବକାରୀ ଇନ୍‌ସପେକ୍ଟର ବିଜୟ ଧରୁଆଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ କଣ୍ଟାମାଳ ଓ ମନମୁଣ୍ଡା ଓଆଇସି ଭଗବାନ ମହାନନ୍ଦିଆ, ବୌଦ୍ଧ ଏଏସ୍‌ଆଇ ରୂପେଶ ମୁଖୀ, ଏପିଆର ପୁଲିସ ଓ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର