ଗଞ୍ଜାମ ଜିଲ୍ଲାରେ ୫୧-୭୦ବର୍ଷ ବର୍ଗ ବିପଦରେ

ସଂକ୍ରମିତ ୨୪ ପ୍ରତିଶତ, ସୁସ୍ଥ ୧୯ ପ୍ରତିଶତ

ବ୍ରହ୍ମପୁର : ଜିଲ୍ଲାର ସଂକ୍ରମିତ ଓ ସୁସ୍ଥ ହାରର ସ୍ଥିତିକୁ ଜିଲ୍ଲା କୋଭିଡ଼୍ ସେଲ ପକ୍ଷରୁ ଆଜି ଗ୍ରାଫ୍ ଜାରୀ କରାଯାଇଛି । ଗ୍ରାଫ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ୩୧ରୁ ୫୦ ବର୍ଷ ବର୍ଗ ଅଧିକ ମାତ୍ରାରେ ସଂକ୍ରମିତ ହୋଇଛନ୍ତି ଆଉ ସୁସ୍ଥ ବି ହୋଇଛନ୍ତି । କିନ୍ତୁ ୫୧ ରୁ ୭୦ ବୟସ ବର୍ଗ ବିପଦରେ ରହିଛନ୍ତି । ୨୪ ପ୍ରତିଶତ ସଂକ୍ରମିତ ରହିଥିବା ୧୯ ପ୍ରତିଶତ ସୁସ୍ଥ ହୋଇଛନ୍ତି ।

ବର୍ତମାନ ଜିଲ୍ଲାର ସଂକ୍ରମିତଙ୍କ ମଧ୍ୟରୁ ୧୮ବର୍ଷ ବୟସରୁ କମ୍ ୫ ପ୍ରତିଶତ, ୩୧ରୁ ୫୦ବର୍ଷ ବୟସର ୪୩ ପ୍ରତିଶତ, ୫୧ରୁ ୭୦ ବର୍ଷ ବୟସର ୨୪ ପ୍ରତିଶତ ରହିଛନ୍ତି । ୭୦ବର୍ଷରୁ ଅଧିକ ମାତ୍ର ୩ ପ୍ରତିଶତ ରହିଛନ୍ତି । ସେହିପରି ସୁସ୍ଥହାର କ୍ଷେତ୍ରରେ ୧୮ବର୍ଷ କମ ୫ ପ୍ରତିଶତ ସୁସ୍ଥ ହୋଇଛନ୍ତି । ୧୮ ବର୍ଷ ରୁ ୩୦ ବର୍ଷ ମଧ୍ୟରେ ୩୦ ପ୍ରତିଶତ, ୩୧ରୁ ୫୦ ବର୍ଷ ମଧ୍ୟରେ ୪୪ ପ୍ରତିଶତ, ୫୧ ରୁ ୭୦ ବର୍ଷ ବୟସର ୧୯ ପ୍ରତିଶତ ଏବଂ ୭୦ବର୍ଷ ବୟସରୁ ଅଧିକ ୨ ପ୍ରତିଶତ ସୁସ୍ଥ ହୋଇଛନ୍ତି ।

ପ୍ରକାଶ ଥାଉ କି, ଗଞ୍ଜାମର ପଜିଟିଭ୍ ଗ୍ରାଫ୍ କ୍ରମଶଃ ଶୀର୍ଷଗାମୀ ହେବାରେ ଲାଗିଛି । ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୦୨ରେ ପହଂଚିଛି । ଆଜି ଜିଲ୍ଳାର ୪୦୭ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୪୪୮୩ରେ ପହଂଚିଛି । ଜିଲ୍ଲାରେ ଏବେ ୨୩୪୭ ସଂକ୍ରମିତ ରହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଅଦ୍ୟାବଧି ସମୁଦାୟ ୭୨ଜଣଙ୍କ ମୃତ୍ୟୁ ଘଟିଛି । ୬୭ ଜଣ କୋଭିଡ଼୍ ଓ ୫ଜଣ ଅଣ କୋଭିଡ଼୍ ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର