ବ୍ରହ୍ମପୁର ପୀଡ଼ିତାଙ୍କୁ ମିଳିଲା ୧ ଲକ୍ଷ ଟଙ୍କା ସହାୟତା

କଟକ : ବ୍ରହ୍ମପୁର ଏସିଡ୍‌ ମାଡ ପୀଡ଼ିତାଙ୍କୁ ଗଞ୍ଜାମ ଆଇନ୍‌ ସେବା ପ୍ରାଧିକରଣ ପକ୍ଷରୁ ୧ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଆଉ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଲକ୍ଷେ ଟଙ୍କା ସହାୟତା ରାଶି ପାଇଁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳଙ୍କୁ ସୁପାରିଶ କରାଯାଇଥିବା କୁହାଯାଇଛି। ଆଜି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ହାତ ସଂକ୍ରମଣ ବନ୍ଦ ହୋଇଯାଇଥିଲାବେଳେ ଆଖି ମଧ୍ୟ ପୂର୍ବାପେକ୍ଷା ଭଲ ରହିଥିବା ସୂଚନା ଦିଆଯାଇଛି। ବର୍ତ୍ତମାନ ତାଙ୍କୁ ହାୟର ଆଣ୍ଟିବାୟୋଟିକ୍‌ ଦିଆଯାଉଛି। ତେଣୁ ଅଧିକ ଜଟିଳ ହେବା ସମ୍ଭାବନା କମ୍‌ ବୋଲି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର