୨୦ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨,୧୨,୦୧୦ଟଙ୍କା ଜବତ କଲା ଗଞ୍ଜାମ ପୁଲିସ, ୧୪୨ଜଣ ଗିରଫ

ଗଞ୍ଜାମ: ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ଗଞ୍ଜାମରେ ଥିବା ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ଗଞ୍ଜାମ ପୁଲିସ | ଦୁର୍ଗା ପୂଜା ଶେଷ ହୋଇଥିବା ବେଳେ ଗତ ୪୮ ଘଣ୍ଟା ମଧ୍ୟରେ ଗଞ୍ଜାମ ପୁଲିସ ସମଗ୍ର ଜିଲ୍ଲାର ୨୦ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨,୧୨,୦୧୦ଟଙ୍କା ଜବତ କରିଛି |  ୧୪୨ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବା ସହ ୮ଟି ମୋବାଇଲ ଫୋନ ଜବତ କରାଯାଇଛି | ଏ ନେଇ ଗଞ୍ଜାମର ପୁଲିସ ଅଧୀକ୍ଷକଙ୍କ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି |

୧୪୨ଜଣଙ୍କ ମଧ୍ୟରୁ ଗଞ୍ଜାମର ପୁରୁଷୋତ୍ତମପୁର ପୁଲିସ ସାହାପୁର, ବେଢା, ମାଧପୁର ଗାଁରେ ୨୦ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୩ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିଛି | ଏହା ସହ ସେମାନଙ୍କଠାରୁ ନଗଦ ୩୬,୪୦୦ଟଙ୍କା ଜବତ କରାଯାଇଛି | ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଠାରୁ ଗଞ୍ଜାମ ପୁଲିସ ୨୪,୫୦୦ଟଙ୍କା ଆଦାୟ କରିଥିବା ବେଳେ ମାସ୍କ ପିନ୍ଧିନଥିବା ଲୋକଙ୍କଠାରୁ ୨,୦୦୦ଟଙ୍କା ଏବଂ ମଦ କାରବାର ପାଇଁ ୧୬ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୁଲିସ୍‌ |

ସମ୍ବନ୍ଧିତ ଖବର