ଗଞ୍ଜାମରେ କରୋନା ତାଣ୍ଡବ : ଗଲାଣି ୩୬ ଜୀବନ, ସଂକ୍ରମିତ ସଂଖ୍ୟା ୩୬୦୦ ପାର

ବ୍ରହ୍ମପୁର : କରୋନା ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ ଭୟରେ ସମଗ୍ର ଗଞ୍ଜାମ ଥରହର । ଦିନକୁ ଦିନ ସଂକ୍ରମଣ ଓ ମୃତ୍ୟୁ  ଜିଲ୍ଳାରେ ବଢିଚାଲିଛି । ଜିଲ୍ଲାରେ ଆଜି ପୁଣି ୨ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୨୧୮ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ଆଜି ଚିହ୍ନଟ ପଜିଟିଭ ମଧ୍ୟରୁ ୧୭୪ଜଣ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ଅର୍ଥାତ ସାଧାରଣ ଲୋକ, ଯାହାକି ଚିହ୍ନଟ ପଜିଟିଭ୍ର ୭୯ ପ୍ରତିଶତ । ପଜିଟିଭ୍ ସଂକ୍ରାନ୍ତରେ ଆସି ସାଧାରଣ ଲୋକ ସଂକ୍ରମିତ ହେବା ପରେ ଜିଲ୍ଲାର ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରତ୍ୟେହ ଶତାଧିକ ସାଧାରଣ ଲୋକ ସଂକ୍ରମିତ ହେଉଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ରେକର୍ଡ଼ ସଂଖ୍ୟକ ଅର୍ଥାତ ୧୮୭ଜଣ ସୁସ୍ଥ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମଧୁମେହରେ ପୀଡ଼ିତ ଜଣେ ୭୨ବର୍ଷୀୟ ବୃଦ୍ଧ ଏବଂ ୫୫ବର୍ଷୀୟ ପୁରୁଷଙ୍କ ଆଜି କରୋନାରେ ମୃତ୍ୟୁ  ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୭ରେ ପହଁଚିଛି । ଏଥିମଧ୍ୟରେ ୩୬ଜଣ କୋଭିଡ଼୍  ଓ ଜଣେ ଅଣ କୋଭିଡ଼୍ ମୃତ୍ୟୁ ବୋଲି ଜଣାପଡ଼ିଛି ।

ଜିଲ୍ଳାରୁ ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୩ଜଣ କୋଭିଡ଼୍ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ଜଣେ ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୧୭୪ଜଣ । ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକାର ୧୨ଜଣ, ବେଗୁନିଆପଡ଼ାର ୨ଜଣ, ବେଲଗୁଣ୍ଠାର ୩ଜଣ, ବ୍ରହ୍ମପୁର ମହାନଗର ଅଂଚଳର ୭ଜଣ, ଭଞ୍ଜନଗର, ବୁଗୁଡ଼ା, ଛତ୍ରପୁର, ଜଗନ୍ନାଥ ପ୍ରସାଦ, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା ଓ ସାନଖେମୁଣ୍ଡି ଅଁଚଳର ଜଣେ ଲେଖାଏଁ, ପୋଲସରା ଅଂଚଳର ୭ଜଣ ଓ ସୋରଡ଼ା ଅଂଚଳର ୩ଜଣ ରହିଛନ୍ତି । କବିସୂର୍ଯ୍ୟନଗର ଅଂଚଳର ଜଣେ ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ରହିଛନ୍ତି ।

ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଅଂଚଳର ୩୪ଜଣ, ବେଗୁନିଆପଡ଼ା ଅଂଚଳର ୨୨ଜଣ, ବୁଗୁଡ଼ା ଅଂଚଳର ୧୭ଜଣ, ଛତ୍ରପୁର ଓ ଆସିକା ଅଚଂଳର ୧୫ଜଣ ଲେଖାଏଁ, କବିସୂର୍ଯ୍ୟନଗର ୧୦ଜଣ, ରଙ୍ଗେଇଲୁଣ୍ଡା ଅଂଚଳର ୯ଜଣ, ଦିଗପହଣ୍ଡି ଅଂଚଳର ୮ଜଣ,  ହିଞ୍ଜିଳିକାଟୁ ଅଂଚଳର ୫ଜଣ, ଗଞ୍ଜାମ, ବେଲଗୁଣ୍ଠା,ଭଞ୍ଜନଗର, ଧରାକୋଟ,ଖଲ୍ଲିକୋଟ,ପାତ୍ରପୁର ଓ ପୋଲସରା ଅଂଚଳର  ୪ଜଣ ଲେଖାଏଁ, ଶେରଗଡ଼ ଓ ସୋରଡ଼ା ଅଂଚଳର ୩ଜଣ ଲେଖାଏଁ , ସାନଖେମୁଣ୍ଡି ଓ କୁକୁଡ଼ାଖଣ୍ଡି ଅଂଚଳର ୨ଜଣ ଲେଖାଏଁ ଏବଂ ଚିକିଟି ଓ ପୁରୁଷୋତମ ପୁର ଅଂଚଳର ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି ।

ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୩୬୩୪ରେ ପହଂଚିଛି । ଜିଲ୍ଲାରେ ପ୍ରତ୍ୟେହ ଯେଉଁଭଳି ଭାବେ ପଜିଟିଭ ଚିହ୍ନଟ ହେଉଛନ୍ତି ଆସନ୍ତା ଦୁଇଦିନ ମଧ୍ୟରେ ସଂକ୍ରମିତ ସଂଖ୍ୟା ୪ହଜାର ପାର ହେବାର ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ୧୮୭ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୨୦୭୯ରେ ପହଂଚିଛି । ଜିଲ୍ଲାରେ ଏବେ ୧୫୧୮ସଂକ୍ରମିତ ରହିଛନ୍ତି ।

ସମ୍ବନ୍ଧିତ ଖବର