ଗଞ୍ଜାମ ଜିଲ୍ଲାରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ ହାର, ସମୁଦାୟ ୨୮୦ ୱାର୍ଡ଼ ମଧ୍ୟରୁ ରେଡ ଜୋନରେ ୧୮୧ଟି ୱାର୍ଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ହାର ଜୁଲାଇ ମାସ ଆରମ୍ଭରୁ ବରାବର ଉପରମୁହାଁ ରହିଛି। କରୋନା ପଜିଟିଭଙ୍କ ସଂଖ୍ୟା  ଆଜି ସର୍ବକାଳନୀ ରେକର୍ଡ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ୩୭୧ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ପଜିଟିଭ ସଂଖ୍ୟା ୬ହଜାର ପାର ହୋଇଥିବା ବେଳେ ଉଦ୍‌ବେଗଜନକ ବିଷୟ ହେଉଛି ଜିଲ୍ଲାରେ ଆଜି ପୁଣି ଆଉ ୪ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ କୋଭିଡ୍ ୬୨ ଓ ଅଣକୋଭିଡ୍‌ ୫ ଜଣଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬୭ ରେ ପହଞ୍ଚି ଯାଇଛି।

ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ୪୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ଘଟିଛି। ମଧୁମେହରେ ପୀଡ଼ିତ ୬୧ବର୍ଷୀୟ ଓ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଯକୃତ ଜନିତ ଜଟିଳ ରୋଗ‌‌‌‌‌ରେ ପୀଡ଼ିତ ୫୯ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ଅଣ କୋଭିଡ଼୍‌ ମୃତ୍ୟୁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।

ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସୁଥିବା ଜିଲ୍ଲା ପ୍ରଶାସନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ଏକ ଗ୍ରାଫ୍‌ ପ୍ରସ୍ତୁତ କରି କରୋନା ସଂକ୍ରମଣ ସମ୍ପର୍କରେ ତଥ୍ୟ ଦେଇଛନ୍ତି। ଜିଲାର ୮୬ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ ଜୋନ୍‌ରେ ଏବଂ ୧୪ ପ୍ରତିଶତ ଗ୍ରାମାଞ୍ଚଳ ରେଡ୍‌ ଜୋନ୍‌ରେ ରହିଥିବା ଗ୍ରାଫ୍‌ରେ ଦର୍ଶାଇଯାଇଛି। ଜିଲାର ୩୦୬୬ଟି ଗାଁ ରହିଛି ସେଥିରୁ ୨୭୦୫ଟି ଗାଁ ଗ୍ରୀନ୍‌ ଜୋନ୍‌ରେ ଥିବାବେଳେ ୪୫୨ଟି ଗାଁ ରେଡ୍‌ ଜୋନ୍‌ରେ ରହିଛି। ଗ୍ରୀନ୍‌ ଜୋନ୍‌ରେ କରୋନା ଆକ୍ରାନ୍ତ ଶୂନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ୨୨ବ୍ଲକ ଓ ୧୮ ସହରାଞ୍ଚଳ ମଧ୍ୟରୁ ଜନସଂଖ୍ୟାର ୨୧ ପ୍ରତିଶତ ସହରାଞ୍ଚଳରେ ରହୁଛନ୍ତି। ଜିଲ୍ଳାର ସହରାଞ୍ଚଳ ଗୁଡ଼ିକର ସ୍ଥିତି ଅଣାୟତ ରହିଛି। ସମୁଦାୟ ୨୮୦ ୱାର୍ଡ଼ ମଧ୍ୟରୁ ୧୮୧ଟି ୱାର୍ଡ ରେଡ଼୍‌ ଜୋନ୍‌ରେ ରହିଛି। ବ୍ରହ୍ମପୁର ମହାନଗର ଅଞ୍ଚଳର ପଜିଟିଭ୍‌ ଗ୍ରାଫ ଉପରମୁହାଁ ହୋଇ ଚାଲିବା ସହ ସହର ସ୍ଥିତି ବିଗୁଡୁଛି। ୨୪ଘଣ୍ଟା ମଧ୍ୟରେ ବ୍ରହ୍ମପୁର ସହରରୁ କେବଳ ୧୮୬ଜଣ ପଜିଟିଭ ଚିହ୍ନଟ ହୋଇଛି। ଜିଲ୍ଲାରେ ଚିହ୍ନଟ ପଜିଟିଭ ମଧ୍ୟରୁ ବ୍ରହ୍ମପୁର ସହରରୁ ଅଧା ଚିହ୍ନଟ ହୋଇଛନ୍ତି।

Coronavirus outbreak: First COVID-19 patient of Delhi shares his ...
The Financial Express

ଜିଲ୍ଳାରୁ ୩୭୧ ଜଣ ସ˚କ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫ ଜଣ କୋଭିଡ଼୍‌ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୨ ଜଣ ଓ ପଜିଟିଭ୍‌ଙ୍କ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତ ତଥା ସାଧାରଣ ଲୋକଙ୍କ ସଂଖ୍ୟା ୩୪୪ ରହିଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବ୍ରହ୍ମପୁର ସହରରୁ ସର୍ବାଧିକ ଅର୍ଥାତ ୧୮୨ଜଣ ସାଧାରଣ ଲୋକ ରହିଛନ୍ତି। ସ˚କ୍ରମିତ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ଆସିକା, ବେଲଗୁଣ୍ଠା, ହିଞ୍ଜଳିକାଟୁ, ଜଗନ୍ନାଥ ପ୍ରସାଦ, କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ଲେଖାଏଁ, ରଙ୍ଗେଇଲୁଣ୍ଡା ଓ ବେଗୁନିଆପଡ଼ା ଅଞ୍ଚଳର ୨ଜଣ ଲେଖାଏଁ, ସୋରଡ଼ା ଓ ବ୍ରହ୍ମପୁର ମହାନଗର ଅଞ୍ଚଳର ୪ଜଣ ଏବଂ ଖଲ୍ଲିକୋଟ ଅଞ୍ଚଳର ୫ଜଣ ରହିଛନ୍ତି।

ପଜିଟିଭ୍‌ଙ୍କ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତଙ୍କ ମଧ୍ୟରେ ଆସିକା ଅ˚ଚଳର ୧୭ଜଣ, ବ୍ରହ୍ମପୁର ମହାନଗର ଅଞ୍ଚଳର ୧୮୨, ଦିଗପହଣ୍ଡି ୨୩ ଜଣ, ବେଗୁନିଆପଡ଼ା ୧୯ଜଣ, ରଙ୍ଗେଇଲୁଣ୍ଡା ୨୯ଜଣ, ସୋରଡ଼ା ୧୮ଜଣ, ବୁଗୁଡ଼ା ୧୨ଜଣ, ଭଞ୍ଜନଗର ଓ ଖଲ୍ଲିକୋଟ ଅଞ୍ଚଳର ୮ଜଣ ଲେଖାଏଁ, ହିଞ୍ଜଳିକାଟୁ ଓ ଜଗନ୍ନାଥ ପ୍ରସାଦ ଅଞ୍ଚଳର ୫ଜଣ ଲେଖାଏଁ, ପାତ୍ରପୁର, କୁକୁଡ଼ାଖଣ୍ଡି , ଛତ୍ରପୁର ଓ ବେଲଗୁଣ୍ଠା ଅଞ୍ଚଳର ଜଣେ ଲେଖାଏଁ, ପୁରୁଷୋତ୍ତମପୁର, ଚିକିଟି ଓ ଶେରଗଡ଼ ଅଞ୍ଚଳର ୨ ଜଣ ଲେଖାଏଁ, ଗଞ୍ଜାମ ଓ ଧରାକୋଟ ଅଞ୍ଚଳର ୩ ଜଣ ଲେଖାଏଁ ଏବଂ ଅନ୍ୟାନ ଜଣେ ରହିଛନ୍ତି।
ସବୁଠାରୁ ଉଦ୍‌ବେଗ ବିଷୟ ହେଉଛି ଜିଲ୍ଲାର ପ୍ରତ୍ୟେହ ଯେତିକି ପଜିଟିଭ ଚିହ୍ନଟ ହେଉଛନ୍ତି ତାହାର ୮୦ ପ୍ରତିଶତ ସାଧାରଣ ଲୋକ। ଜିଲ୍ଲା ପ୍ରଶାସନ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ବାରମ୍ବାର କହୁଥିଲେ ହେଁ ଏତେ ସଂଖ୍ୟକ ସାଧାରଣ ଲୋକ ଚିହ୍ନଟ ହେବା ଗୋଷ୍ଠୀ ସଂକ୍ରମଣ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସ˚ଖ୍ୟା ୬୩୬୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ୬୮ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସ˚ଖ୍ୟା ୪୦୭୬ରହିଛି | ଏହା ସହ ଜିଲ୍ଲାରେ ଏବେ ୨୨୧୯ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର