ଗଞ୍ଜାମ ଜିଲ୍ଲା ବାଲ୍ୟବିବାହ ମୁକ୍ତ ଘୋଷିତ

ଛତ୍ରପୁର : ଗଞ୍ଜାମ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହୋଇଛି। ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଦିନ ବିଧିବଦ୍ଧ ଘୋଷଣା କରିବା ସହ ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜିଲ୍ଲାପାଳ କହିଛନ୍ତି, ‘ନିର୍ଭୟା କଢ଼ି’ ଯୋଜନାର ସଠିକ୍ କାର୍ଯ୍ୟକାରିତା ପାଇଁ ତୃଣମୂଳସ୍ତରରୁ କମିଟି ଗଠନ କରାଯାଇଥିଲା। ଏହାସହ ସଚେତନତା କାର୍ଯ୍ୟକ୍ରମକୁ ବି ବ୍ୟାପକ କରାଯାଇଥିଲା। ଫଳରେ ଏହି ଯୋଜନା କାର୍ଯ୍ୟକାରୀ ପରେ ଜିଲ୍ଲାରେ ୨୦୧୯ରେ ୪୫ଟି ବାଲ୍ୟ ବିବାହକୁ ରୋକାଯାଇଥିବା ବେଳେ ୨୦୨୦ରେ ୨୨୮ଟି ଓ ୨୦୨୧ରେ ୨୦୧ଟି ବାଲ୍ୟ ବିବାହକୁ ‌ରୋକାଯାଇପାରିଥିଲା। ବର୍ତ୍ତମାନ ଜିଲ୍ଲାର ୩୩୦୯ଟି ଗ୍ରାମ, ସହରାଞ୍ଚଳର ୨୮୦ଟି ୱାର୍ଡ଼ ଓ ୫୦୩ଟି ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ଭାବେ ଘୋଷଣା କରାଯାଇଛି। ଆଗାମୀ ଦିନରେ ଉକ୍ତ ନାବାଳିକାଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ। ସେହିପରି ବାଲ୍ୟ ବିବାହ ନେଇ ପ୍ରଥମ ସୂଚନାପ୍ରଦାକାରୀଙ୍କୁ ଏଣିକି ୫ହଜାର ଟଙ୍କା ବଦଳରେ ୫୦ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର