ବ୍ରହ୍ମପୁର: କରୋନା ଟିକାକରଣ କ୍ଷେତ୍ରରେ ବି ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ସୁଦ୍ଧା ଜିଲ୍ଲାରେ ୫୧ ପ୍ରତିଶତ ଲୋକଙ୍କ ଟିକାଦାନ ଶେଷ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ ୪୦ ଲକ୍ଷ ଲୋକ ବସବାସ କରୁଥିବା ବେଳେ ୧୮ ବର୍ଷରୁ ଊର୍ଦ୍ଧ୍ବ ୨୬ଲକ୍ଷ୩୮ହଜାର ୧୩୪ ଜଣଙ୍କୁ ଟିକାଦାନ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୧୩ଲକ୍ଷ ୫୦ହଜାର ୩୬୪ ଜଣଙ୍କୁ ଟିକାଦାନ କରାଯାଇଛି। ଦେଶରେ ଜାନୁଆରି ୧୬ରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବା ବେଳେ ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକ ୬୦ବର୍ଷରୁ ଊର୍ଦ୍ଧ୍ବ ଓ ଜଟିଳ ରୋଗୀଙ୍କୁ ଟିକାକରଣ କରାଯାଇଥିଲା। ଅପ୍ରିଲ ପହିଲାରୁ ତୃତୀୟ ପର୍ଯ୍ୟାୟ ଭାବେ ୪୫ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଥିବା ବେଳେ ମେ ପହିଲାରୁ ଚତୁର୍ଥ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ବର୍ଷ ଯୁବବର୍ଗଙ୍କୁ ସାମିଲ କରାଯାଇଥିଲା। ପ୍ରଥମ ଡୋଜ୍ ଭାବେ ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କୁ ମିଶାଇ ୧୩ଲକ୍ଷ ୫୦ହଜାର ୩୬୪ ଜଣ ଟିକା ନେଇଥିବା ବେଳେ ଦ୍ବିତୀୟ ଡୋଜ୍ରେ ୩ଲକ୍ଷ ୬ହଜାର ୪୮୩ଜଣଙ୍କୁ ପ୍ରଦାନ କରାଯାଇଛି।
ସମସ୍ତ କୋଭିଡ ଯୋଦ୍ଧାଙ୍କ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଶେଷ ହୋଇଥିବା ବେଳେ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ବି ପ୍ରାୟତଃ ଅଧିକାଂଶ ଉଭୟ ଡୋଜ୍ ଟିକା ନେଇସାରିଲେଣି। ସ˚ପ୍ରତି ପ୍ରଥମ ଡୋଜ୍ ଟିକା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଦ୍ବିତୀୟ ଡୋଜ୍ର ସମୟସୀମା ୮୪ଦିନ ରହିଥିବାରୁ ଏହାର ସ˚ଖ୍ୟା କମିଯାଇଛି।
ପ୍ରଥମ ଡୋଜ୍ର ଟାର୍ଗେଟ ଶେଷ ହେବା ବେଳକୁ ଅଧିକାଂଶଙ୍କ ଦ୍ବିତୀୟ ଡୋଜ୍ର ସମୟ ଆସିଯାଉଥିବା ଯୋଗୁଁ ଦ୍ବିତୀୟ ଡୋଜ୍କୁ ବି ଗୁରୁତ୍ବ ଦେଇ ଟିକାକରଣ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଜିଲ୍ଲାରେ କୋଭିସିଲ୍ଡ ଟିକା ପ୍ରଦାନ କରାଯାଉଥିବା ବେଳେ ଚଳିତ ମାସରୁ କୋଭାକ୍ସିନ ଟିକା ପ୍ରଦାନ କରାଯାଉଛି। ପୂର୍ବରୁ ଯେଉଁମାନେ ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିଲେ ସେମାନଙ୍କୁ ଦ୍ବିତୀୟ ଡୋଜ୍ରେ ମଧୢ କୋଭିସିଲ୍ଡ ପ୍ରଦାନ କରାଯାଉଥିବା ବେଳେ ଯେଉଁମାନେ ପ୍ରଥମ ଡୋଜ୍ରେ କୋଭାକ୍ସିନ ନେଇଛନ୍ତି ଦ୍ବିତୀୟ ଡୋଜ୍ରେ ମଧୢ କୋଭାକ୍ସିନ ଟିକା ପ୍ରଦାନ କରାଯିବ। ଏତଦ୍ବ୍ୟତିତ ଚଳିତମାସ ୧୫ତାରିଖରୁ ଗର୍ଭବତୀଙ୍କୁ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାରେ ବର୍ଷକୁ ଦୁଇଥର ଗର୍ଭବତୀଙ୍କ ତାଲିକା କରାଯାଇଥାଏ। ପ୍ରଥମ ୬ମାସର ତାଲିକାନୁଯାୟୀ ୩୦ହଜାର ଗର୍ଭବତୀଙ୍କ ମଧୢରୁ ଆଜି ସୁଧା ଏକହଜାର ୫୦ଜଣ ଗର୍ଭବତୀଙ୍କୁ ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି।