ଭ˚ଜନଗର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଂଜନଗର ଠାରେ ଗଂଜାମ ଜିଲ୍ଲା ବନ୍ୟା ପରିସ୍ଥିତି ମୁକାବିଲା ସମୀକ୍ଷା କରିଛନ୍ତି । ବନ ବିଭାଗ ଡାକବଙ୍ଗଳାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଭୁବନେଶ୍ବରରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ସଚିବ ସାମିଲ ହୋଇଥିଲେ। ଜିଲ୍ଲାର ୧୪ଟି ବ୍ଲକ ତିତଲି ବାତ୍ୟା ଓ ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଛି। ୩୭୬ ଗାଁର ପ୍ରାୟ ୨୬ହଜାର ୮ ପରିବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୯୪ହଜାର ୨୬୫ ଜଣଙ୍କୁ ୨୮୮ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ୧୯୩ଟି ଗାଁର ରାସ୍ତା ନଷ୍ଟ ହେବା ସହ ୧ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଫସଲ କ୍ଷୟକ୍ଷତି ହୋଇଥିବା ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜିଲ୍ଲାର ବ୍ୟାପକ ଭାବେ ରାସ୍ତାଘାଟ, ସେତୁ, କଲଭର୍ଟ ଧୋଇଯିବା ସହ ନଦୀ ଓ କେନାଳରେ ଘାଇ ସୃଷ୍ଟି ଏବଂ ଗାଁ ଗୁଡ଼ିକରେ ଘର ବ୍ୟାପକ ଭାବେ ଭାଙ୍ଗିଥିବା ସଂକ୍ରାନ୍ତରେ ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ସ୍ଥିତିରେ ସୁଧାର ଆଣିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ସମସ୍ତ ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ କାମକୁ ତ୍ବରାନ୍ବିତ କରାଯାଇଛି। ସେହିପରି ପୁନରୁଦ୍ଧାର କାମ ମଧ୍ୟ ତ୍ବରାନ୍ବିତ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ବନ୍ୟାଞ୍ଚଳରେ ସ୍ବାଭାବିକ ସ୍ଥିତି ଫେରାଇବା ସହ ପୁନରୁଦ୍ଧାର କାମକୁ ତ୍ବରାନ୍ବିତ କରିବାକୁ ହେଲେ ବିଧାୟକ, ମନ୍ତ୍ରୀ, ସା˚ସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜନପ୍ରତିନିଧି ଓ ସରକାରୀ ଅଧିକାରୀ ମାନେ ଆପୋଷ ସହଯୋଗ ରଖି ଦିନ ରାତି ଏକ କରି କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେହିପରି ମୁଖ୍ୟଶାସନ ସଚିବ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ମାନେ ବ୍ୟକ୍ତିଗତ ଭାବେ ସମସ୍ତ କାମର ତଦାରଖ କରି ରିପୋର୍ଟ ଦାଖଲ କରିବେ। ପ୍ରଥମେ ପ୍ରଭାବିତ ମାନଙ୍କୁ ଥଇଥାନ କରିବାକୁ ପ୍ରାଥମିକତା ଦିଆଯିବା ସହ ପ୍ରତି ଗାଁ ଓ ସହରରେ ନଷ୍ଟ ହୋଇଥିବା ରାସ୍ତା, ସେତୁ ଓ କଲଭର୍ଟର ପୁନରୁଦ୍ଧାର ହେବ। ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ଚିକିତ୍ସା ସେବା ଓ ପାନୀୟ ଜଳେଯାଗାଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯିବ। ବିଦ୍ୟୁତ୍ ସେବା ଯେଭଳି ବ୍ୟାଘାତ ନହେବ ଏଥିପ୍ରତି ଗୁରୁତ୍ବ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଳସେଚନ, କ୍ଷୁଦ୍ରଜଳସେଚନ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ସ˚ପୂର୍ଣ୍ଣ ରିପୋର୍ଟ ଆସନ୍ତା ୪ଦିନ ମଧ୍ୟରେ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୪୫ ମିନିଟ ଧରି ଏହି ସମୀକ୍ଷା ଚାଲିଥିବା ବେଳେ ସମସ୍ତ ବିଭାଗ ଫୁଙ୍ଖାନୁଫୁଙ୍ଖ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିଥିଲେ।
ବୈଠକରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର, ଉଷା ଦେବୀ, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଡ.ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆସିକା ସା˚ସଦ ଲଡୁକିଶୋର ସ୍ବାଇଁ, ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ବାଇଁ, ପୋଲସରାର ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟକ ଦେବରାଜ ମହାନ୍ତି, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ ଡ.ପ୍ରିୟା˚ଶୁ ପ୍ରଧାନ, ସାନଖେମୁଣ୍ତି ବିଧାୟିକା ନନ୍ଦିନୀ ଦେବୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ତିଆନ୍, ଗଂଜାମ ଏସପି ବ୍ରିଜେଶ କୁମାର ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ମହାରାଣା, ସ˚ଘମିତ୍ରା ଦଳାଇଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/CM-REVIEW-AT-BHANJNAGRA-8.jpg)