ସୂତାକଳ ମାଲିକଙ୍କ ନିବେଦନ: ୯୦ ପ୍ରତିଶତ କାରଖାନା ବନ୍ଦ, ଫେରନି
ବ୍ରହ୍ମପୁର : ଗୁଜୁରାଟର ସୁରତ ସହରରେ କରୋନା ଏବେ ବିସ୍ଫୋରକ ସ୍ଥିତିରେ। ରାତି ପାହିଲେ ଗୋଟିଏ ପରେ ଗୋଟିଏ ଇଲାକା ନିଷିଦ୍ଧା˚ଚଳ ଘୋଷଣା ହେଉଛି। ଅଧିକା˚ଶ ସୂତାକଳ ଚାଲିପାରୁନି। ମାତ୍ର ଲକ୍ଡାଉନ୍ ଯୋଗୁଁ ଜୀବିକା ହରାଇ ୪ମାସ ତଳେ ସୁରତରୁ ଗଞ୍ଜାମକୁ ଫେରିଥିବା ଓଡ଼ିଆ ଶ୍ରମିକ ଏବେ ପୁଣି ସୁରତମୁହାଁ। ଗୁଜୁରାଟର ବାସ୍ତବ ସ୍ଥିତି ନ ଜାଣି ଜୀବନକୁ ବିପନ୍ନ କରି ଦଲାଲ୍ଙ୍କ ପ୍ରଲୋଭନ ଏବ˚ ରୋଜଗାରର ଆଶା ନେଇ ଗଞ୍ଜାମ ଫେରିଥିବା ଶ୍ରମିକ ଏବେ ନିଆଁ ମୁହଁକୁ ଡେଇଁବା ଭଳି ସୁରତ ଫେରିବା ଆରମ୍ଭ କରିଛନ୍ତି। ଶ୍ରମିକଙ୍କୁ ସୁରତକୁ ନେବା ଲାଗି ଦଲାଲ୍ମାନେ ଗଞ୍ଜାମ ଆସି ବିଭିନ୍ନ ହୋଟେଲ୍ରେ ଆଡ଼ା କରିଛନ୍ତି। ଏଥିସହ ଶ୍ରମିକଙ୍କୁ ହ୍ବାଟସ୍ଆପ୍ରେ ମେସେଜ୍ ପଠାଇ ସୁରତ ଯିବା ଲାଗି ପ୍ରୋତ୍ସାହିତ କରୁଛନ୍ତି।
ପ୍ରଥମେ ଶେରଗଡ଼ ଅ˚ଚଳର ୨୨ଜଣ ଶ୍ରମିକ ଏକ ବସ୍ ଯୋଗେ ଝାରସୁଗୁଡ଼ା ଦେଇ ସେଠାରୁ ଟ୍ରେନ୍ ଯୋଗେ ଗୁଜୁରାଟ ଯାଇଥିଲେ। ୪ଦିନ ତଳେ ଆସିକା ଓ ପୋଲସରା ଅ˚ଚଳର ୩୭ଜଣ ଶ୍ରମିକ ଆସିକାରୁ ଏକ ବସ୍ ଯୋଗେ ସୁରତ ଯାଇଥିଲେ। ଶ୍ରମିକମାନଙ୍କ ସୁରତ ଫେରିବା ଧାରା ଅବ୍ୟାହତ ରହିଥିବା ବେଳେ ଅଗାମୀ ଦିନରେ ପୁଣି ଏହା ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଲାଗି ବଡ଼ ସମସ୍ୟା ଛିଡ଼ା କରିବା ଆଶଙ୍କା ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2020/07/Death_2-300x150.jpg)
ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟରେ କରୋନାରେ ୨୨୫୨ ଜଣଙ୍କ ମୃତ୍ୟୁ ଘଟିଲାଣି। ୩୭ହଜାର ୯୭୮ଜଣ ସୁସ୍ଥ ହୋଇଥିବା ବେଳେ ବର୍ତମାନ ୧୨ ୨୪୭ଜଣ ସକ୍ରିୟ ସ˚କ୍ରମିତ ରହିଛନ୍ତି। ଗୁଜୁରାଟ ପ୍ରଦେଶର କେବଳ ସୁରତ ଜିଲ୍ଲାରେ ୩୧୩୯ ଜଣ ସକ୍ରିୟ ସ˚କ୍ରମିତ ଅଛନ୍ତି। ୩୨୩ଜଣଙ୍କ ମୃତ୍ୟୁ ଘଟିଲାଣି। ୭୩୨୬ଜଈ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାଠାରୁ ସୁରତ ଜିଲ୍ଲାର ସ୍ଥିତି ଅଧକ ସଙ୍ଗିନ ରହିଛି।
ଯେତେବେଳେ ସୁରତରେ କରୋନା ପାଦ ଥାପୁଥିଲା ସେ ସମୟରେ ସୂତାକଳ ମାଲିକ କାରଖାନା ବନ୍ଦ କରିଦେଲେ। ଶ୍ରମିକମାନେ କାମ ହରାଇ ଗଞ୍ଜାମ ଫେରିଥିଲେ। ବିଭିନ୍ନ ରାଜ୍ୟରୁ ଗଞ୍ଜାମକୁ ପ୍ରାୟ ୨ଲକ୍ଷ ୩୦ହଜାର ଶ୍ରମିକ ଫେରିଥିବା ବେଳେ ସେଥିରୁ ୭୦ପ୍ରତିଶତ ସୁରତ ଫେରନ୍ତା। ଶ୍ରମିକମାନେ ଫେରିବା ପରେ ଗଞ୍ଜାମର ସ୍ଥିତି ଦୋହଲି ଯାଇଛି। କରୋନା ମହାମାରୀର ପ୍ରକୋପ ଦିନକୁ ବଢ଼ିବାରେ ଲାଗିଛି। ଏପ୍ରିଲଠାରୁ ବର୍ତମାନ ମଧ୍ୟରେ ସୁରତ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। କରୋନା କବଳରେ ରହିଛି ସୁରତ। ୯୦ପ୍ରତିଶତ ସୂତାକଳ ବନ୍ଦ ରହିଛି। ବାସ୍ତବ ସ୍ଥିତି ନ ବୁଝି ଶ୍ରମିକମାନେ ସୁରତ ଫେରୁଛନ୍ତି। ସୁରତ ପହ˚ଚିବା ପରେ କାମ ପାଇବେ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଶ୍ରମିକମାନେ ଜିଲ୍ଲା ଓ ସ୍ଥାନୀୟ ବ୍ଲକ ପ୍ରଶାସନରେ ଅଗୋଚରରେ ଲୁଚିଛପି ସୁରତ ଯାଉଛନ୍ତି। ବସ୍ରେ ଯିବା ବେଳେ ସାମାଜିକ ଦ୍ବରତ୍ବ ବି ରହୁନାହିଁ। ଗୋଟିଏ ବସ୍ରେ ପ୍ରାୟ ୫୦ଜଣ ଯାଉଛନ୍ତି। ଏହାଦ୍ବାରା ଶ୍ରମିକମାନେ ଅଧିକ ସ˚କ୍ରମିତ ହେବାର ଆଶଙ୍କା ବି ରହୁଛି।
/sambad/media/post_attachments/wp-content/uploads/2020/05/migrant-workers-1588695669-300x200.jpg)
ଶ୍ରମିକମାନେ ଜୀବିକା ହରାଇ ଭିଟାମାଟି ଫେରିବାର ୩ମାସ ବିତିଥିଲେ ହେଁ ଏଠାରେ କର୍ମସ˚ସ୍ଥାନର ସୁଯୋଗ ପାଇ ନ ଥିଲେ। ରାଜ୍ୟ ସରକାର ମନରେଗାରେ କାମ ଦେବା ଲାଗି କହିଁଥିଲେ ହେଁ ଏଯାବତ୍ ଜିଲ୍ଲାର ଶ୍ରମିକଙ୍କୁ ପର୍ଯ୍ୟାପ୍ତ କାମ ଯୋଗାଇ ପାରିନାହାନ୍ତି। ଶ୍ରମିକମାନେ କାମ ନ ପାଇ ରୋଜଗାର ପାଇବା ଆଶା ଓ ଦଲାଲ୍ଙ୍କ ପ୍ରଲୋଭନର ଶିକାର ହୋଇ ସୁରତ ଯାଉଛନ୍ତି।
ସୁରତର ବାସ୍ତବ ସ୍ଥିତି ସମ୍ପର୍କରେ ଓଡ଼ିଆ ସୂତାକଳ ମାଲିକ ହୃଷୀକେଶ ସ୍ବାଇଁ କୁହନ୍ତି, ସୁରତରେ କରୋନା ସ୍ଥିତି ଗମ୍ଭୀର ରହିଛି। ବର୍ତମାନ ଯେଉଁ ଓଡ଼ିଆମାନେ ରହିଛନ୍ତି ସେଥିରୁ ୨୦ରୁ ୩୦ ପ୍ରତିଶତ କରୋନାରେ ପୀଡ଼ିତ। ୯୦ ପ୍ରତିଶତ ସୂତାକଳ ଚାଲୁନାହିଁ। ଯେଉଁଠି ଚାଲୁଛି କେବଳ ୮ଘଣ୍ଟା। ଶ୍ରମିକଙ୍କୁ ପର୍ଯ୍ୟାପ୍ତ କାମ ମିଳୁନି। ରାତି ପାହିଲେ ଗୋଟିଏ ପରେ ଗୋଟିଏ ଇଲାକା ନିଷିଦ୍ଧାଚ˚ଳ ଘୋଷଣା ହେଉଛି। ଏହିସବୁ ଇଲାକାରେ ସବୁ କମ୍ପାନୀ ବନ୍ଦ ରହୁଛି। ଅନ୍ୟପକ୍ଷରେ ଦେଶର କଲିକତା, ରାଜସ୍ଥାନ, ଆଦି ସ୍ଥାନରେ ଯେଉଁ ସବୁ କଟନ୍ ମଣ୍ତି ରହିଛି ତାହା ବନ୍ଦ ଥିବାରୁ ସୂତାକଳ ମାଲିକ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଅଧିକ ଉତ୍ପାଦନ କରି କରିବେ କଣ ? ଶ୍ରୀ ସ୍ବାଇଁ ଅନୁରୋଧ କରିଛନ୍ତି, ଯେଉଁ ଓଡ଼ିଆ ଭାଇ ମାନେ ସୁରତ ଆସିବାକୁ ଚାହୁଁଛନ୍ତି ସେମାନେ କାମ କରୁଥିବା କମ୍ପାନିର ମାଲିକ ସହ ସିଧାସଳଖ କଥା ହୁଅନ୍ତୁ। କାମ ମିଳିବାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତି ମିଳିବା ପରେ ଫେରନ୍ତୁ। ଦଲାଲ କଥାରେ ପଡ଼ି ସୁରତ ଆସି ଜୀବନକୁ ବିପଦରେ ପକାନ୍ତୁ ନାହିଁ। ଓଡ଼ିଶା ସରକାର ନଭେମ୍ବର ଯାଏଁ ଜଣ ପିଛା ୫କେଜି ଚାଉଳ ମାଗଣା ଦେବେ ବୋଲି ଘୋଷଣା କରିଛନ୍ତି। ତେଣୁ ଓଡ଼ିଶାରେ ରହିଲେ ଭୋକିଲା ରହିବେ ନାହିଁ। ବର୍ତମାନ ସ୍ଥିତିରେ ସୁରତ ନ ଫେରିବା ଲାଗି ସେ ଅନୁରୋଧ କରିଛନ୍ତି।