ଜାତୀୟ ସ୍ତରରେ ଗଂଜାମ କଲା ରେକର୍ଡ, କରୋନାରୁ ସୁସ୍ଥ ହେଲେ ୯୭.୩ ପ୍ରତିଶତ ଆକ୍ରାନ୍ତ

ବ୍ରହ୍ମପୁର: କରୋନା ଭାଇରସ ମହାମାରୀ ନେଇ ଗଂଜାମ ଜିଲ୍ଲାକୁ ଏକ ବଡ଼ ଅଭିଜ୍ଞତା ହାସଲ ହୋଇଛି । ରାଜ୍ୟରେ ଯଦିଓ ଗଂଜାମ ଜିଲ୍ଲାରୁ ଏପର୍ଯ୍ୟନ୍ତ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଏଠାରୁ ମଧ୍ୟ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସ୍ଥାନୀୟ ଟାଉନ ହଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କହିଛନ୍ତି ଯେ, ଜିଲ୍ଲାରେ ୯୭.୩ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ଜାତୀୟ ସ୍ତରରେ ସର୍ବାଧିକ ବୋଲି ସେ ଦାବି କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସିବା ସହିତ ନିୟନ୍ତ୍ରଣରେ ରହିଛି। ଜିଲ୍ଲା ହଟସ୍ପଟରୁ ନିୟନ୍ତ୍ରଣକୁ ଆସିବା ପଛରେ କିଛି ଚମତ୍କାର ନାହିଁ। ଗଞ୍ଜାମ ବାସୀ ସହଯୋଗ ଏବ˚ ଟିମ୍‌ ଗଞ୍ଜାମର ସହଯୋଗ ଯୋଗୁ ଏହି ସଫଳତା ମିଳିଛି। ଗଞ୍ଜାମ ଜିଲ୍ଲା ସୁସ୍ଥହାର କ୍ରମଶଃ ବୃଦ୍ଧି ପାଉଛି।  ଆଣ୍ତାମାନ ନିକୋବରର ସୁସ୍ଥ ହାର ୯୪ ପ୍ରତିଶତ ରହିଛି। ଗଞ୍ଜାମ ଜିଳ୍ଲାର ସୁୂସ୍ଥ ହାର ଦେଶରେ ସର୍ବାଧୃକ ରହିଛି। ତଥାପି ଜିଲ୍ଲା ଉପରୁ ବିପଦ ଟଳିନି। କୋରନାର ଦ୍ବିତୀୟ ସ˚କ୍ରମଣ ଆରମ୍ଭ ହେବ ନି ବୋଲି କହିହେବ ନାହିଁ। 

 

ଜିଲ୍ଲାର ମୃତ୍ୟୁହାର ୧.୦୯ ପ୍ରତିଶତ ରହିଛି। ଗୋଷ୍ଠୀ ସହଭାଗିତା, ବ୍ୟାପକ ଟେଷ୍ଟିଙ୍ଗ ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଓ ୬ଟି ପର୍ଯ୍ୟାୟ ଘରକୁ ଘର ବୁଲି ସ˚କ୍ରମିତଙ୍କୁ ଖୋଜିବା ଯୋଗୁ ଜିଲ୍ଲା ସ୍ଥିତିରେ ସୁଧାର ଆସିପାରିଛି। ଯେଉଁ ପର୍ଯ୍ୟନ୍ତ ପ୍ରତିଷେଧକ(ଭ୍ୟାକ୍ସିନ) ଆସିନି ସେ ପର୍ଯ୍ୟନ୍ତ ଆମକୁ ଅଧୃକ ସଚେତନ ହେବା ସହିତ ଅଧୃକ ସର୍ତକତା ଅବଲମ୍ବନ କରିବା ଜରୁରୀ। ଜିଲ୍ଲାରେ ଏବେ ବି ପ୍ରତ୍ୟହ ୫ହଜାରରୁ ଅଧୃକ କୋଭିଡ଼୍ ପରୀକ୍ଷା କରାଯାଉଛି। ଗତକାଲି ୫୧୭୬ଜଣଙ୍କ କୋଭିଡ଼୍ ପରୀକ୍ଷା କରାଯାଇଛି। ଜିଲ୍ଲାର କୋଭିଡ଼୍ ପରୀକ୍ଷା ୩ଲକ୍ଷ ୯୫ହଜାର ୯୬ରେ ପହଞ୍ଚୃଛି। ଆସନ୍ତାକାଲି ଜିଲ୍ଲାର କୋଭିଡ଼୍ ପରୀକ୍ଷା ୪ଲକ୍ଷ ପାର କରି ଏକ ରେକର୍ଡ ସୃଷ୍ଟି କରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାରେ ଏବେ ୩ଟି କୋଭିଡ଼୍ ହସ୍ପିଟାଲ କାର୍ଯ୍ୟ କରୁଛି। ଶଯ୍ୟାର ଅଭାବ ନାହିଁ। କୋରାପୁଟ, ନୟାଗଡ଼, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲାରୁ କୋଭିଡ଼୍ ରୋଗୀ ରେଫ୍‌ର ହୋଇ ଆସି ଏଠାରେ ଚିକିତ୍ସିତ ହେଉନ୍ତି। ସୁସ୍ଥ ହୋଇ ଫେରୁଛନ୍ତି।

Photo: Twitter

କରୋନା ସ˚କ୍ରାନ୍ତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ଆସନ୍ତାକାଲି ଠାରୁ ଜିଲ୍ଲାରେ କୋଭିଡ଼୍ ସପ୍ତାହ ପାଳନ କରାଯିବ। ଏହା ୧ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପୁଣି ଘରକୁ ଘର ବୁଲି ସ୍ବାସ୍ଥ୍ୟ ଓ ଅମ୍ଲଜନା ସ୍ତର ଯାଞ୍ଚ ହେବ। ଏହା ଜିଳ୍ଲାରେ ସପ୍ତମ ପର୍ଯ୍ୟାୟ ଯାଞ୍ଚ ହେବ। ଏଥିସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କୋଭିଡ଼୍ ରଥ ଜିଲ୍ଲାରେ ପରିକ୍ରମା କରି ସଚେନତନା କରିବ। ଛାତ୍ରଛାତ୍ରଙ୍କ ମଧ୍ୟରେ ଅନଲାଇନ୍‌ରେ ବିଭିନ୍ନ ପରୀକ୍ଷା ମଧ୍ୟ ହେବ। ଜିଲ୍ଲା ସ˚ସ୍କୃତି ସ˚ଘ ଓ ବ୍ଲକ କଳା ସ˚ସ୍କୃତି ସ˚ଘ ଜରିଆରେ ଲୋକକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ବ୍ରହ୍ମପୁର ମହାନଗର ନିଗମର କମିସନର ଏସ୍‌.ବି.ବନ୍ଦର ଏବ˚ ବ୍ରହ୍ମପୁର ଉପ ଜିଳ୍ଲାପାଳ କିର୍ତ୍ତୀଭାସନ୍‌.ଭି ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧୃକାରୀ ରବିନାରାୟଣ ବେହେରା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗଂଜାମରୁ ଆଜି ମାତ୍ର ୬୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଆଜି ପର୍ଯ୍ୟନ୍ତ ଜିଲ୍ଲାରୁ୧୯ ହଜାର ୭୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭.୩ ପ୍ରତିଶତ ଅର୍ଥାତ ୧୯ ହଜାର ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ମାତ୍ର ୩୦୧ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୨୧୮ ଜଣଙ୍କର ପ୍ରାଣହାନୀ ଘଟିଛି । ଗତକାଲି ଗଂଜାମ ଜିଲ୍ଲାରେ ୫ ହଜାର ୧୭୬ ଜଣଙ୍କ ଠାରୁ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା । ଏପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୯୫ ହଜାର ୯୬ ଜଣଙ୍କର ଠାରୁ ନମୁନା ସଂଗ୍ରହ କରାଯାଇଛି ।

ସମ୍ବନ୍ଧିତ ଖବର