ଗଞ୍ଜାମରେ କରୋନାର ବଡ ଲମ୍ଫ, ପୁଣି ୫ ମୃତ, ୩୦୮ ପଜିଟିଭ୍

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପୁଣି କରୋନା ଏକ ବଡ ଲମ୍ଫ ମାରିଛି । କରୋନା ସଂକ୍ରମଣ ଓ ମୃତ୍ୟୁରେ ରୋକ୍ ଲାଗିପାରିନାହିଁ । ଆଜି ପୁଣି ଜିଲ୍ଲାରେ ୫ ଜଣ ମୃତ୍ୟୁ ଘଟିଛି । ଜିଲ୍ଳାରେ ମୃତ୍ୟୁ ସଂଖ୍ୟା ୧୦୫ରେ ପହଂଚିଛି । ଏଥିରୁ ୯୯ଜଣ କୋଭିଡ଼୍ ଏବଂ ୬ଜଣ ଅଣ କୋଭିଡ଼ ମୃତ୍ୟୁ ଘଟିଛି । ଜିଲ୍ଲାରୁ ଆଜି ୩୦୮ଜଣ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାର ସମୁଦାୟ ସଂକ୍ରମିତ ସଂଖ୍ୟା ୧୦ହଜାର ୬୭୨ରେ ପହଂଚିଛି । ଜିଲ୍ଳାରେ ଆଜି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ୫୪ବର୍ଷୀୟ ବୃଦ୍ଧ, ମଧୁମେହ, ରୋଗରେ ପୀଡ଼ିତ ୪୪ ବର୍ଷୀୟ ପୁରୁଷ, ଉଚ୍ଚରକ୍ତଚାପରେ ପୀଡ଼ିତ ୬୩ ବର୍ଷୀୟ ପୁରୁଷ ଏବଂ ମଧୁମେହ ଓ ଉଚ୍ଚରକ୍ତଚାପ ପୀଡ଼ିତ ୫୬ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

India.com

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼୍ ଯୋଦ୍ଧା ୩୫ ଜଣ, ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ଜଣେ ଏବଂ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମତି ୨୭୨ ଜଣ ରହିଛନ୍ତି । ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା, ବେଲଗୁଣ୍ଠା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ପାତ୍ରପୁର ଓ ଗଞ୍ଜାମ ଅଂଚଳର ୨ଜଣ ଲେଖାଏଁ, ବ୍ରହ୍ମପୁର ଅଂଚଳର ୧୦ଜଣ, ଛତ୍ରପୁର ଅଂଚଳର ୪ଜଣ, ଧରାକୋଟ ଓ ରଙ୍ଗେଇଲୁଣ୍ଡା ଅଂଚଳର ଜଣେ ଲେଖାଏଁ, ସାନଖେମୁଣ୍ଡି ଓ ହିଞ୍ଜଳିକାଟୁ ଅଂଚଳର ୩ଜଣ ଲେଖାଏଁ ରହିଛନ୍ତି । ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ ବେଲଗୁଣ୍ଠା ଅଂଚଳର ଜଣେ ରହିଛନ୍ତି । ପଜିଟିଭଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା, ପୋଲସରା ଓ କୁକୁଡ଼ାଖଣ୍ଡି ଅଂଚଳର ୮ ଜଣ ଲେଖାଏଁ, ବେଗୁନିଆପଡ଼ା, ଶେରଗଡ଼ ଓ ଛତ୍ରପୁର ଅଂଚଳର ୪ ଜଣ ଲେଖାଏଁ , ବେଲଗୁଣ୍ଠା ଅଂଚଳର ୧୨ ଜଣ, ବ୍ରହ୍ମପୁର ମହାନଗର ଅଂଚଳର ୫୯ଜଣ, ଭଞ୍ଜନଗର ଓ ପାତ୍ରପୁର ଅଂଚଳର ୨୨ଜଣ ଲେଖାଏଁ , ବୁଗୁଡ଼ା ଓ ରଙ୍ଗେଇଲୁଣ୍ଡା ଅଂଚଳର ୫ଜଣ ଲେଖାଏଁ , ଚିକିଟି ଅଂଚଳର ୧୭ଜଣ, ଧରାକୋଟ ଅଂଚଳର ୩ଜଣ, ଦିଗପହଣ୍ଡି ଅଂଚଳର ୧୪ଜଣ,ଗଞ୍ଜାମ ଅଂଚଳର ୨୨ଜଣ, ହିଞ୍ଜଳିକାଟୁ ଅଂଚଳର ୬ଜଣ, ଜଗନ୍ନାଥ ପ୍ରସାଦ ଅଂଚଳର ୧୬ଜଣ, କବିସୂର୍ଯ୍ୟନଗର ଓ ସାନଖେମୁଣ୍ଡି ଅଂଚଳର ୩ଜଣ ଲେଖାଏଁ, ଖଲ୍ଲିକୋଟ ଅଂଚଳର ୬ଜଣ, ପୁରୁଷୋତମପୁର ଅଂଚଳର ୯ଜଣ, ରଙ୍ଗେଇଲୁଣ୍ଡା ଅଂଚଳର ୫ ଓ ସୋରଡ଼ା ଅଂଚଳର ୧୦ଜଣ ରହିଛନ୍ତି । ଏତଦବ୍ୟତୀତ ଅନ୍ୟାନ ଅଂଚଳର ୨ଜଣ ରହିଛନ୍ତି ।

ସମ୍ବନ୍ଧିତ ଖବର