ଛତ୍ରପୁର : ୨୦୨୦ ବର୍ଷର ରାଜ୍ୟପାଳ ପୁରସ୍କାର ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ମନୋନୀତ ହୋଇଛନ୍ତି। ପ୍ରତିବର୍ଷ ପୁଲିସ୍ ବିଭାଗର କର୍ମଚାରୀ ମାନଙ୍କୁ ଏଭଳି ସମ୍ମାନଜନକ ଗଭର୍ଣ୍ଣର ଆୱାର୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ। ଆଜି ଏହି ପୁରସ୍କାର ତାଲିକା ଘୋଷଣା କରାଯାଇଛି ।
ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା, କୋଭିଡ୍ ମହାମାରୀ ସମୟରେ ସଠିକ୍ ପରିଚାଳନା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସୁଚାରୁ ରୂପେ ତୁଲାଇଥିବାରୁ ଏହି ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଘୋଷଣା ହେବା ଏସ୍ପି ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାର ସମସ୍ତ ପୁଲିସ କର୍ମଚାରୀଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ଏବଂ ପୁଲିସ ମହା ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମ୍ମାନ ଜନକ ପୁରସ୍କାର ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି ପ୍ରତିକ୍ରିୟାରେ ଶ୍ରୀ ରାଏ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/ganjam-sp-f.jpg)