ପୁଣି ଗଞ୍ଜାମବାସୀଙ୍କୁ ନିବେଦନ କରିଲେ ଜିଲ୍ଲାପାଳ, ସଙ୍ଗରୋଧ କେନ୍ଦ୍ର ଆଡ଼କୁ ନ ଯିବାକୁ ଦେଲେ ପରାମର୍ଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଥରେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।

କରୋନା ଗୁଜବରେ ବିଶ୍ୱାସ ନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।  ସଙ୍ଗରୋଧ କେନ୍ଦ୍ର ଆଡ଼କୁ ନ ଯିବାକୁ  ବି ସେ ନିବେଦନ କରିଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ଥିବା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ ପଠାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହାଛଡ଼ା ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା, ୨ ମିଟର ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବାକୁ ସେ ନିବେଦନ କରିଛନ୍ତି| ଗ୍ରାହକଙ୍କ ପାଇଁ  ସାନିଟାଇଜରର ବ୍ୟବସ୍ଥା କରିବା ସହ ଦୋକାନୀମାନେ ମାସ୍କ, ହ୍ୟାଣ୍ଡ ଗ୍ଲୋଭସ୍, ବ୍ୟବହାର କରିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି|

ଠିକ୍ ସେହିପରି ପୋଖରୀରେ ଗାଧୋଇବା ଠାରୁ ଦୂରେଇ ରହିବାକୁ ଏବଂ  ସର୍ବସାଧାରଣ ସମାବେଶରୁ ଦୂରେଇ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି |

 

ସମ୍ବନ୍ଧିତ ଖବର