ଗଞ୍ଜାମ ଜିଲ୍ଲାର ପୁଣି ତିନି କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ, ଟୁଇଟ୍ କରି ସୂଚନା ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୁଣି ତିନିଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଜଣେ ଶେରଗଡ଼ର ଏବଂ ଅନ୍ୟ ଦୁଇଜଣ ଚିକିଟି ବ୍ଲକର ବୋଲି ଜଣାଯାଇଛି। ଆଜି ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହାଛଡ଼ା ସାନଖେମୁଣ୍ଡି ବ୍ଲକର ଜଣେ ବ୍ୟକ୍ତି ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ପୂର୍ବରୁ ଗତକାଲି ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଥିଲେ। ସେ ଉଭୟଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାରେ ଗତ ଶୁକ୍ରବାର ପୁଣି ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କିଛି ଦିନ ପୂର୍ବରୁ ଜିଲ୍ଲାରେ କରୋନା ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୧୦ ତାରିଖ ଦିନ ଜଣେ ଚିହ୍ନଟ ହୋଇଥିବା ବେଳେ ଆଜି ୩ ଜଣ ଚିହ୍ନଟ ହୋଇ କୋଭିଡ଼ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଚିହ୍ନଟ ହୋଇଥିବା ତିନି ସଂକ୍ରମିତଙ୍କ ମଧ୍ୟରେ ଜଣେ ସୀମାନ୍ତ ମୋଟୁ ପ୍ରବେଶ ପଥରେ କାର୍ଯ୍ୟରତ ପୁଲିସ ହାବିଲଦାର ଥିବା ବେଳେ ଜଣେ କୋରକୋଣ୍ଡା ତାର୍ଲାକୋଟାସ୍ଥିତ ଟିଏମସିର ପ୍ରବାସୀ ଓ ଅନ୍ୟ ଜଣକ ସେହି ଟିଏମସିର ଆଟାଣ୍ଡାଣ୍ଟ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର