ଗଞ୍ଜାମ ଜିଲ୍ଲାରୁ ପୁଣି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ମୋଟ୍ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୬୯୮ରେ ପହଞ୍ଚିଲା

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲାରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ସୂଚନା ଅନୁଯାୟୀ ବେଲଗୁଣ୍ଠା ବ୍ଲକର୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୧, ୫୪, ୬୦ ଏବଂ ୨୩ ବର୍ଷ ବୟସ୍କ ପୁରୁଷ ଥିବା ବେଳେ ଭଞ୍ଜନଗର ବ୍ଲକରୁ ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଓ ୪୫ ବର୍ଷୀୟା ଜଣେ ମହିଳା ଅଛନ୍ତି।

ଠିକ୍ ସେହିପରି ପାତ୍ରପୁର ବ୍ଲକର ଜଣେ ୩୫ ବର୍ଷ ବୟସ୍କ ଓ ୧୮ ବର୍ଷିୟ ଜଣେ ପୁରୁଷ ଅଛନ୍ତି। ଏହି ନୂଆ ୮ଜଣ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାଫଳରେ ଏବେ ଗଞ୍ଜାମ ଜିଲ୍ଲାରେ ମୋଟ୍  କରୋନା ପଜିଟିଭଙ୍କ ସଂଖ୍ୟା ୬୯୮ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୬୧୩ଜଣ ସୁସ୍ଥ ହୋଇଥିବା ବେଳେ ୭୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏହାଛଡ଼ା ଗଞ୍ଜାମ ଜିଲ୍ଲାରେ ଏଯାବତ୍ ୬ଜଣଙ୍କର କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି।

ସମ୍ବନ୍ଧିତ ଖବର