ନିଜାମୁଦ୍ଦିନର ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଗଞ୍ଜାମ ଫେରିଥିବା ଜଣେ ମାତ୍ର ବ୍ୟକ୍ତି ଚିହ୍ନଟ, ସଙ୍ଗରୋଧରେ ରଖିଛି ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: ଦିଲ୍ଲୀସ୍ଥିତ ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ଫେରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଯାବତ୍ ଦିଲ୍ଲୀସ୍ଥିତ ନିଜାମୁଦ୍ଦିନରେ ଅନୁଷ୍ଠିତ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଗଞ୍ଜାମ ଫେରିଥିବା ଜଣେ ମାତ୍ର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧରେ ରଖାଯାଇଛି।

ଖାଲି ସେତିକି ନୁହେଁ ଉକ୍ତ ବ୍ୟକ୍ତିଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗତକାଲି ଯେଉଁ ୨୭ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା ସେମାନଙ୍କ ଭିତରେ ଉକ୍ତ ବ୍ୟକ୍ତି ଥିଲେ ବୋଲି କୁହାଯାଉଛି। କୌଣସି ଗୁଜବକୁ ବିଶ୍ବାସ ନ କରିବାକୁ ସେ ଅନୁରୋଧ କରିଛନ୍ତି। ଗତକାଲି ଯେଉଁ ୨୭ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା ସେମାନଙ୍କ ଭିତରେ ଉକ୍ତ ବ୍ୟକ୍ତି ଥିଲେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଓଡ଼ିଶାରୁ ବହୁ ଲୋକ ଏହି ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ।
ଦିଲ୍ଲୀସ୍ଥିତ ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ଫେରିଥିବା କୋରାପୁଟ କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ବହୁ ଅଞ୍ଚଳରୁ କେତେକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଡାକ୍ତରଖାନା ଓ ଆଇସୋଲେସନ୍ ସେଣ୍ଟରରେ ରଖାଯାଇଛି।

ସମ୍ବନ୍ଧିତ ଖବର