ପୁଣି ଗଞ୍ଜାମ ଜିଲ୍ଲାର ୧୦ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ, ସୂଚନା ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର: ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିଛି।  ପୁଣି ଗଞ୍ଜାମ ଜିଲ୍ଲାର ୧୦ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୩ଜଣ ପୋଲସରା ବ୍ଲକର ହୋଇଥିବା ବେଳେ ଚିକିଟିର ୨ଜଣ, ଛତ୍ରପୁର, ଗଞ୍ଜାମ କବିସୂର୍ଯ୍ୟନଗର, ଭଞ୍ଜନଗର ଓ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ଲେଖାଏଁ କରୋନା ଯୋଦ୍ଧା ଥିବା ଜଣାଯାଇଛି।

ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟର୍ ଯୋଗେ ସୂଚନା ଦେଇଛନ୍ତି। ଏମାନଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ପୁଣି ନୂଆ ୩୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ନୂଆ କରୋନା ସଂକ୍ରମିତମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏହାଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ୮୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଲା ଯେ ଗତ ତିନିଦିନ ଭିତରେ ଜିଲ୍ଲାରୁ ୧୯୦ ପାଖାପାଖି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଜିଲ୍ଲାରେ ମୋଟ୍ ୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୭ ରହିଛି। ଅପରପକ୍ଷରେ୬ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର