ଗଞ୍ଜାମ ଜିଲ୍ଲାରେ ଆଜି ୧୩ କରୋନା ଯୋଦ୍ଧାଙ୍କ ସମେତ ୫୦ ନୂଆ ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ଟି ନୂଆ ମାମଲା ଆସିଥିବା ନେଇ ଆଜି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଏଥିମଧ୍ୟରେ ବିଭିନ୍ନ କ୍ଷେତ୍ରର ୧୩ଜଣ କରୋନା ଯୋଦ୍ଧା ଥିବା ଜଣାଯାଇଛି | ସେଥିମଧ୍ୟରୁ ଆଠଜଣ ଆସ୍କା ଅଞ୍ଚଳର, ତିନିଜଣ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) ଅଞ୍ଚଳର ଏବଂ ଗୋଟିଏ କୋଦଳା ଏବଂ କବିସୂର୍ଯ୍ୟ ନଗରର ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଏହା ବ୍ୟତୀତ ୩୩ଟି ମାମଲା ସ୍ଥାନୀୟ ଅଞ୍ଚଳର (ଆସ୍କାରୁ ୨, ବିଏମସି ଅଞ୍ଚଳରୁ ୩, କବିସୂର୍ଯ୍ୟ ନଗରରୁ ୧୫, ଖଲିକୋଟରୁ ୨, କୋଦଳାରୁ ୪, ପୁରଷୋତ୍ତମପୁର ଏବଂ ସାନଖେମୁଣ୍ଡିରୁ ୨ଜଣ ଲେଖାଏଁ ଏବଂ କୁକୁଡ଼ାଖଣ୍ଡୀ ଏବଂ ଛତ୍ରପୁରରୁ ଜଣେ ଲେଖାଏଁ ଅଛନ୍ତି) । ଏମାନେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ।
ଅବଶିଷ୍ଟ ୪ଜଣଙ୍କର ଅନ୍ୟ ରାଜ୍ୟଗୁଡ଼ିକର ଭ୍ରମଣ ଇତିହାସ ରହିଛି। ସେମାନଙ୍କ ଭିତରୁ ଜଣେ ସୁରତ, ୨ଜଣ ମୁମ୍ବାଇ ଏବଂ ଜଣେ ପୁଣେ ଫେରନ୍ତା ବୋଲି ସୂଚନା ଦିଆଯାଇଛି |

ଏହି ନୂତନ କରୋନା ପଜିଟିଭଙ୍କୁ ମିଶାଇଲେ ଗଞ୍ଜାମ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି ପାଇଛି। ଏଥିରେ ୩୧୨ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ଏପର୍ଯ୍ୟନ୍ତ ୭୬୮ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ବେଳେ ଆଠ ଜଣଙ୍କର ପ୍ରାଣହାନି ଘଟିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବଡ଼ ଧରଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗତକାଲି ଜୁନ୍ ୨୭ରୁ ବିଏମସି ଅଞ୍ଚଳରେ ୪ ଦିନିଆ ସଟଡାଉନ୍ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର