ବ୍ରହ୍ମପୁର/ ଛତ୍ରପୁର : ଗଞ୍ଜାମ ଜିଲ୍ଲାର ୨ଟି ଏନଏସିର ୧୮ଟି ୱାର୍ଡ ଓ ୮ଟି ଗାଆଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗତକାଲି ରାତିରେ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବେଗୁନିଆପଡ଼ା ବ୍ଲକ ବୁରୁଝରି ଗ୍ରାମ,କାଣ୍ଡସରା, ବିଲିପଡା, ଫାଶୀ ଗ୍ରାମ, ସୋରଡା ଏନଏସିର ୭ ଓ ୮ନମ୍ବର ୱାର୍ଡ, ବେଲଗୁଣ୍ଠା ଏନଏସିର ୭,୮, ୯, ୧୦ ଓ ୧୧ ନମ୍ବର ୱାର୍ଡ,ଚିକିଟି ଏନଏସିର ୬ ଠାରୁ ୧୨ ନମ୍ବର ମୋଟ ୬ଟି ୱାର୍ଡ, ଛତ୍ରପୁର ଏନଏସିର ୧୨ ନମ୍ବର ୱାର୍ଡ, ଖଲ୍ଲିକୋଟ ବ୍ଲକ ଲଂଗଳେଶ୍ୱର ପଞ୍ଚାୟତ, ପୁରୁଷୋତ୍ତମପୁର ବ୍ଲକର ଶିକୁଲା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲାପାଳ।
image source-long island pressଏହି ଅଞ୍ଚଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହିଭଳି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ଏଥିଲାଗି ଉକ୍ତ ଅଞ୍ଚଳରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଏହି ଅଞ୍ଚଳରେ ଲୋକଙ୍କୁ ଘରୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି।
କରୋନା ମୁକାବିଲା ପାଇଁ ଆଜି ଠାରୁ (ମଙ୍ଗଳବାର) ଛତ୍ରପୁର ଏନ୍ଏସିକୁ ୭ଦିନ ପାଇଁ ଜିଲ୍ଲାପାଳ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ସେବା ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଛତ୍ରପୁର ବ୍ଲକ ଅଧ୍ୟକ୍ଷ କରୋନା ଆକ୍ରାନ୍ତ ହେବା ସହ ସହରରେ ୧୦ ଜଣରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପଦକ୍ଷେପ ନେଇଛି। ଆସନ୍ତାକାଲି ସକାଳୁ ୭ଦିନ ଲାଗି ଛତ୍ରପୁର ସହର ସଟଡାଉନ୍ ହେବ ବୋଲି ଘୋଷଣା ହେବା ପରେ ଦୋକାନ ବଜାରରେ ଏଭଳି ଭିଡ ହୋଇଥିଲା ଯେ କିଛି କ୍ଷଣ ଲାଗି ପ୍ରଶାସନ ହାତରୁ ନିୟନ୍ତ୍ରଣ ଖସି ଯାଇଥିବା ଭଳି ମନେହୋଇଥିଲା। ଲୋକେ ସାମାଜିକ ଦୂରତା ନିୟମ ନ ମାନି ଜିନିଷପତ୍ର କିଣାକିଣିରେ ଲାଗିପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Contenment-Zones-in-Ganjam-District_Thumbnail.jpg)