ବ୍ରହ୍ମପୁର: ଗଞ୍ଜାମରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।
ତେବେ କୃଷି, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ | କେବଳ ଉପଯୁକ୍ତ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ ଏବଂ ଏକରୁ ଅଧିକ ବିଲୋମିଟର ରାସ୍ତା ଯାତ୍ରା ନ କରିବାକୁ ଅନୁରୋଧ କରିଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ଜରୁରୀ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2020/07/ber.png)
No vehicles please till 31 July.
Except agriculture, goods and health purposes , all vehicles movement banned in Ganjam from 1st July. Please cooperate. All r requested not to leave their place & not to travel more than 1 km. Senior citizens must stay at home. @CMO_Odisha— Collector & District Magistrate, Ganjam (@Ganjam_Admin) July 2, 2020
“ଜରୁରୀକାଳୀନ ପରିସ୍ଥିତି ନ ହେଲେ ଦୟାକରି ଯାତ୍ରା କରନ୍ତୁ ନାହିଁ | କେବଳ ଘରେ କିମ୍ବା ଆପଣଙ୍କ କର୍ମକ୍ଷେତ୍ରରେ ରୁହନ୍ତୁ | ସାମାଜିକ ଦୂରତା ଉଲ୍ଲଂଘନ ହେବାର ଆଶଙ୍କା ଥିବାରୁ ବାହ୍ୟ ଖାଦ୍ୟରୁ ଦୂରେଇ ରୁହନ୍ତୁ | ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଆଜି ଟୁଇଟ୍ କରି ପରାମର୍ଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । କାରଣ ଜିଲ୍ଲାରେ ୧୪୦୦ରୁ ଅଧିକ ଲୋକ ଏହି କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏହା ବ୍ୟତୀତ ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।