କରୋନା ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପାଇଁ ଦୁଇ ଆଇଏଏସଙ୍କୁ ଦାୟିତ୍ୱ

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏବେ ଦୁଇ ଦିନ ହେବ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି ।

image source-odisha news insight

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୬୬ରେ ପହଞ୍ଚିଛି।
ତେଣୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ୨ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ପେଶାଲ ଏଡ଼ିଏମଙ୍କୁ ସେଠାରେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଦୁଇ ଆଇଏଏସ ହେଉଛନ୍ତି ପାରୁଲ ପଟୱାରୀ ଓ ବିଶାଲ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ପାରୁଲ ପଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ ଓ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର