ଗଞ୍ଜାମ ଜିଲ୍ଲାରେ କରୋନା ନମୁନା ପରୀକ୍ଷା ୨ ଲକ୍ଷ ଟପିଲା, ଟୁଇଟ୍ କରି ସୂଚନା ଦେଲେ ଜିଲ୍ଲାପାଳ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ନମୁନା ପରୀକ୍ଷା ୨ ଲକ୍ଷ ଟପିଥିବା ନେଇ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଲାବୋରାଟୋରି ଟେକନିସିଆନ୍ ଟିମକୁ ଧନ୍ୟବାଦ ଦେଇଛନ୍ତି| ଏହାଛଡ଼ା ସେ ବିଡିଓ ଟିମର ବି ପ୍ରଶଂସା କରିଛନ୍ତି।
Ganjam crossed 2 lakh of Covid-19 testing.
Intensive D2D health screening demanded more testing. It helped for tracing more positive patient. We treated them which helped to stop further infection. Thanks to our LT team. BDO team is doing good job@CMO_Odisha @HFWOdisha— Collector & District Magistrate, Ganjam (@Ganjam_Admin) August 26, 2020
ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାରେ ମେ ୨ ରୁ କରୋନା ପାଦ ଥାପିଥିଲେ ହେଁ ଏପ୍ରିଲରୁ କୋଭିଡ଼୍ ପରୀକ୍ଷା ଆରମ୍ଭ ହୋଇଛି। ପଅରଦିନ ସୁଦ୍ଧା ଜିଲ୍ଲାରେ ୧ଲକ୍ଷ ୮୫ହଜାର ୯୭୮ଜଣଙ୍କ କୋଭିଡ଼୍ ପରୀକ୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ସମୟ ମଧ୍ୟରେ ବ୍ରହ୍ମପୁର ମହାନଗର ଅଞ୍ଚଳରେ ୧୫ହଜାର ୪୬୬ଜଣଙ୍କ ପରୀକ୍ଷା ହୋଇଥିଲା। ବ୍ଲକ ମଧ୍ୟରେ ବେଲଗୁଣ୍ଠା ବ୍ଲକରେ ସର୍ବାଧିକ ୧୨ହଜାର ୯୮୦ଜଣଙ୍କ ଏବ˚ ଧରାକୋଟରେ ସର୍ବନିମ୍ନ ୪୯୬୨ଜଣଙ୍କ କୋଭିଡ଼୍ ପରୀକ୍ଷା ହୋଇଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ , ଭଞ୍ଜନଗରରୁ ୮୧୪୩, ଜଗନ୍ନାଥ ପ୍ରସାଦ ୬୦୮୩, ବୁଗୁଡ଼ା ୭୦୦୫, ଆସିକା ୯୦୪୦, ପୋଲସରା ୭୪୧୪, ବେଗୁନିଆପଡ଼ା ୮୮୯୪, କବିସୂର୍ଯ୍ୟନଗର ୭୫୫୨, ପୁରୁଷୋତ୍ତମପୁର ୭୫୮୭,ଗଞ୍ଜାମ ୬୧୯୦, ଛତ୍ରପୁର ୭୩୩୮, ରଙ୍ଗେଇଲୁଣ୍ତା ୮୬୨୩, କୁକୁଡ଼ାଖଣ୍ତି ୬୫୬୫, ଚିକିଟି ୭୧୨୮, ପାତ୍ରପୁର ୭୦୩୮, ଦିଗପହଣ୍ତି ୬୩୦୨, ସାନଖେମୁଣ୍ତି ୮୭୭୯, ଶେରଗଡ଼ ୮୨୮୫, ଧରାକୋଟ ୪୯୬୨, ସୋରଡ଼ା ୭୮୯୬, ହିଞ୍ଜଳିକାଟୁ ୮୩୦୭ଜଣ ଓ ଖଲ୍ଲିକୋଟ ଅଞ୍ଚଳର ୮୪୦୧ଜଣଙ୍କ ପରୀକ୍ଷା ହୋଇଥିବାର ସୂଚନା ଦିଆଯାଇଥିଲା।
ଜିଲ୍ଲାରେ ହାରାହାରି ଦିନକୁ ୮ ରୁ ୯ ହଜାର କୋଭିଡ଼୍ ପରୀକ୍ଷା ହେଉଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ୨ଲକ୍ଷ ଛୁଇଁବାର ସମ୍ଭାବନା ରହିଥିଲା। ଆରଟିପିସିଆର ଓ ଆଣ୍ଟିଜେନ୍ ମିଶି ଉଭୟ ପ୍ରକାର ପରୀକ୍ଷା ହେଉଛି।