ବ୍ରହ୍ମପୁର: ଦଶହରାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପୁଲିସ୍ ପକ୍ଷରୁ କେତେକ ଜୁଆ ଆଡ୍ଡା ଉପରେ ଚଢଉ କରାଯାଇଥିବାର ଖବର ମିଳିଛି। |
ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୁଲିସ୍ ସମଗ୍ର ଜିଲ୍ଲାର ୧୪ ଟି ଜୁଆ ଆଡ୍ଡା ଉପରେ ଚଢଉ କରି ୬୮ଜଣ ଜୁଆଡ଼ିଙ୍କଠାରୁ ନଗଦ ୧ ଲକ୍ଷ ୫୩ ହଜାର ୫୦ ଟଙ୍କା, ୪ଟି ମୋଟର ସାଇକେଲ୍ ଏବଂ ୪ଟି ମୋବାଇଲ ଜବତ କରିଥିବା ଜଣାଯାଇଛି।
In view of Puja festive,special drive made against gambling dens in Ganjam.
During last 24 hours #Ganjam cops busted 14 gambling dens in all over d district & arrested 68 gamblers with seizure of Cash Rs.1,53,050/-,04 MC,04 mobiles for indulging in d illegal activity.@DGPOdisha pic.twitter.com/YHNA5MoHRH— SP GANJAM (@sp_ganjam) October 24, 2020
୬୮ଜଣ ଜୁଆଡ଼ିଙ୍କୁ ପୁଲିସ୍ ଗିରଫ କରାଯାଇଛି। ଏନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଟୁଇଟର୍ ଯୋଗେ ସୂଚନା ଦେଇଛନ୍ତି।