ସମ୍ବଲପୁର : ସଦର ଥାନା ମାନେଶ୍ବର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ମାନେଶ୍ବର ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଏକ କାର୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ସେଥିରୁ ୫୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଉକ୍ତ କାର୍ରେ ଗଞ୍ଜେଇ ଚାଲାଣ କରୁଥିବା ୪ ଜଣଙ୍କୁ ପୁଲିସ ଗିରଫ କରିଥିଲା।
ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ ହୀରାକୁଦ ଥାନା କଦମପଡ଼ାର ଶଙ୍କର ଛୁରିଆ(୨୫) ଓ ତାଙ୍କ ସ୍ତ୍ରୀ ଶ୍ରୀୟାରାଣୀ ଛୁରିଆ(୨୩), ଝାରସୁଗୁଡ଼ା ଟାଉନ୍ ଥାନା ବୃନ୍ଦାବନ କଲୋନିର ଜ୍ୟୋତିକା ଦାଶ(୨୪) ଏବଂ ସମ୍ବଲପୁର ସଦର ଥାନା ସୁଡୁଙ୍ଗାର କୁନୁ ମହାନନ୍ଦ(୨୫)। ସେମାନଙ୍କ ପାଖରୁ ପୁଲିସ ୫୦ କେଜି ୮ ଶହ ଗ୍ରାମ ଗଞ୍ଜେଇ, ଏକ କାର୍(ଓଡି ୦୨ ବି ୬୪୪୪) ଏବଂ ୪ ମୋବାଇଲ୍ ଫୋନ ଜବତ କରିଛି। ସେମାନେ ଫୁଲବାଣୀରୁ ସୁନ୍ଦରଗଡ଼କୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି। ୪ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/fdef3e94-beef-4e1f-b2f2-1c3e7bbc72af.jpg)