ଗ˚ଠାଳ ଫିଟା, ହଳଦୀ ମଖା, ଦଧିମାଛ ପିନ୍ଧାଣି ଓ ରୁଦ୍ରାଭିଷେକ

ସମ୍ବଲପୁର: ଶନିବାର ସକାଳେ ବିଭିନ୍ନ ପଡ଼ାରେ ମହାଦେବ-ପାର୍ବତୀଙ୍କ ଗ˚ଠାଳ ଫିଟା, ପାଣି ପଲଟା, ଦଧିମାଛ ପିନ୍ଧାଣି, ହଳଦୀମଖା ଓ ରୁଦ୍ରାଭିଷେକ ଆଦି ବିଧି ଅନୁଷ୍ଠିତ ହୋଇଯାଇଛି। ଶନିବାର ସକାଳେ ନନ୍ଦପଡ଼ାର ବ˚ବରାଡ଼ ବାଲୁ˚କେଶ୍ବର ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କୁ ଏକ ଶୋଭାଯାତ୍ରାରେ ଗତ ବର୍ଷର କନ୍ୟା ପିତାମାତାଙ୍କ  ବାସଭବନକୁ ନିଆ ଯାଇଥିଲା। ପୂଜକ ଶଶା˚କ ମିଶ୍ରଙ୍କ ପୂଜାର୍ଚ୍ଚନା ପରେ ଗଣ୍ଠାଳଫିଟା ନୀତି ହୋଇଥିଲା। ଏହା ପରେ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ପୁନଶ୍ଚ ମନ୍ଦିର ଫେରିଥିଲେ। ସେଠାରେ ଭାତ ଭୋଗ ଲାଗି ହୋଇଥିଲା। ସେଠାରୁ ଚଳିତ ବର୍ଷର କନ୍ୟା ପିତାମାତା ପରିବାରବର୍ଗଙ୍କ ସହ ମାତା ପାର୍ବତୀଙ୍କୁ ଦୁଲଦୁଲି, ଘଣ୍ଟ, ଶ˚ଖ ମଧୢରେ ନିଜ ଘରକୁ ଘେନି ଯାଇଥିଲେ। ଏହାପରେ ଶ୍ରୀ ଚନ୍ଦ୍ରଶେଖରଙ୍କ ରୁଦ୍ରାଭିଷେକ କରା ଯାଇଥିଲା। ଅପରାହ୍‌ଣରୁ ଶ୍ମଶାନବାସୀ ଚନ୍ଦ୍ରଶେଖରଙ୍କୁ ବରବେଶରେ ସଜାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ବର୍ଣ୍ଣ, ରୌପ୍ୟର ବିଭିନ୍ନ ଅଳଙ୍କାର, ସୁନାର କିରୀଟ, ରୁପାର ପରଭା ଆଦିରେ ସଜ୍ଜିତ କରା ଯାଇଥିଲା। ସ˚ଧୢାରେ ବରପକ୍ଷରୁ ମୁରବୀମାନେ କନ୍ୟାଳୟ ଯାଇ ଦଧିମାଛ ପିନ୍ଧାଣି କରିଥିଲେ।

ଝାଡ଼ୁଆପଡ଼ାର ଲୋକନାଥ ବାବା ଏବ˚ ମାତା ପାର୍ବତୀଙ୍କ ଗ˚ଠାଳ ଫିଟା ନୀତି ମଧୢ ଯଥାବିଧି ସ˚ପନ୍ନ ହୋଇଥିଲା। ପୂର୍ବ ବର୍ଷର କନ୍ୟା ପିତାମାତାଙ୍କ ଘରେ ଗ˚ଠାଳ ଫିଟା ହୋଇଥିଲା। ଏହାପରେ ଚଳିତ ବର୍ଷର କନ୍ୟା ପିତାମାତା ମନ୍ଦିରକୁ ଆସି ଏକ ଶୋଭାଯାତ୍ରାରେ ମାତା ପାର୍ବତୀଙ୍କୁ ନିଜ ଗୃହକୁ ନେଇଥିଲେ। ଏହାପରେ ଲୋକନାଥ ବାବାଙ୍କ ରୁଦ୍ରାଭିଷେକ କରା ଯାଇଥିଲା। ଅପରାହ୍‌ଣରେ ପଡ଼ାର ଯୁବକମାନେ ବାବାଙ୍କୁ ବରବେଶରେ ସଜ୍ଜିତ କରିଥିଲେ। ମହାଆଳତି ପରେ ରାତି ୧୧ଟାରେ ଲୋକନାଥ ବାବାଙ୍କ ବରଯାତ୍ରୀ ବାହାରି ଥିଲା। ମହେନ୍ଦ୍ର ପୂଜାରୀ ପୂଜା କାର୍ଯ୍ୟ ତୁଲାଇଥିଲେ।

ଶନିବାର ସକାଳୁ ମୁଦିପଡ଼ାସ୍ଥିତ ଜାଗେଶ୍ବର ବାବାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଗ˚ଠାଳଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଜାଗେଶ୍ବର ବାବାଙ୍କ ମହାଭିଷେକ କରା ଯାଇଥିଲା। ଚଳିତ ବର୍ଷର କନ୍ୟା ପିତାମାତା ନିଜ ପ୍ରିୟଜନଙ୍କ ସହ ମନ୍ଦିରକୁ ଆସି ଘଣ୍ଟ, ଶ˚ଖ, ଦୁଲଦୁଲି ଶୋଭାଯାତ୍ରାରେ ମାତା ପାର୍ବତୀଙ୍କୁ ସ୍ବଗୃହକୁ ନେଇଥିଲେ। ଏହାପରେ ଜାଗେଶ୍ବର ବାବାଙ୍କ ଗଣଷଣ କରା ଯାଇଥିଲା। ସାଧାରଣ ମଣିଷଙ୍କ ପରି ପ୍ରଥମେ ବାବାଙ୍କ ପାଣିପାଲଟା କରା ଯାଇଥିଲା। ପରେ ବାବାଙ୍କୁ ସୁବାସିତ ତୈଳ, ହଳଦୀ ଆଦିରେ ପଡ଼ାର ମହିଳା ମାନେ ବନ୍ଦାଇଥିଲେ। ଏହାପରେ ମହିଳାମାନଙ୍କ ମଧୢରେ ହଳଦୀ ଖେଳ ହୋଇଥିଲା। ସେମାନେ ପରସ୍ପରକୁ ଶ୍ରଦ୍ଧା ଓ ଆଦରର ସହ ହଳଦୀ ବୋଳି ନୃତ୍ୟ କରିଥିଲେ। ପଣ୍ତିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ମନ୍ଦିର ପୂଜକ ଗୋବିନ୍ଦ ପଣ୍ତା ବିଭିନ୍ନ ରୀତିନୀତି ସ˚ପାଦନ କରିଥିଲେ।

ସମ୍ବନ୍ଧିତ ଖବର