ରେଭେନ୍ସାରେ ଗପ ପାଠୋତ୍ସବ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଓ ସାରସ୍ବତ ଅନୁଷ୍ଠାନ ‘ଗପଘର’ ଆନୁକୂଲ୍ୟରେ ଯୁବପର୍ବ ଅନୁଷ୍ଠିତ ହୋଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗପ ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଯୁବ କଥାକାର ସୁଜିତ ପଣ୍ଡା, ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ସନ୍ତୋଷ ବାରିକ ଗପ ପାଠ କରିଥିବା ବେଳେ ଯୁବ ଗବେଷକ ଡକ୍ଟର ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ ଓଡ଼ିଆ କଥା ସାହିତ୍ୟରେ ଯୁବ ସ୍ବର ସଂପର୍କରେ ଆଲୋକପାତ କରିଥିଲେ। ଯୁବ ଔପନ୍ୟାସିକ ଚିତ୍ତରଂଜନ ଚିରଞ୍ଜିତଙ୍କ ଅଧ୍ୟକ୍ଷତାରେ ଏହି ଆସରରେ ବିଶିଷ୍ଟ କଥାଶିଳ୍ପୀ ଇଂଜିନିୟର ବିଷ୍ଣୁ ସାହୁ, ଅଧ୍ୟାପକ ପ୍ରଶାନ୍ତ ବିଶ୍ବାଳ ଗପଗୁଡ଼ିକର ସମୀକ୍ଷା କରିଥିଲେ। ଏହି ଅବସରରେ ଗପଘର ପକ୍ଷରୁ ପାକ୍ଷିକ ପତ୍ରିକା ‘ଭୂମି’ ଲୋକାର୍ପିତ ହୋଇଥିଲା। ଅନୁଷ୍ଠାନର ଆବାହକ ରବିନାରାୟଣ ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରସନ୍ନ ସ୍ବାଇଁ ପତ୍ରିକା ସଂପର୍କରେ ସୂଚନା ଦେଇଥିଲେ। ସାହିତ୍ୟିକ ରାଧାଶ୍ୟମ ରାଉଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର