ଜେଲ ଗଲା ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା: ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ରବିବାର ଗୁଳିମାଡରେ ମୃତ୍ୟୁ ହୋଇଥିଲା। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ଗୋପାଳ ଦାସ ନାମକ ଜଣେ ଏଏସଆଇ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲେ। ସାରା ରାଜ୍ୟରେ ଘଟଣା ହଇଚଇ ସୃଷ୍ଟି କରିଥିବାବେଳେ ଏହାର ତଦନ୍ତ ଦାୟିତ୍ବ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି।

ଗତକାଲି ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରାଯାଇ ଗୋପାଳଙ୍କୁ ଅଟକ ରଖାଯାଇଥିଲା। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଗୋପାଳଙ୍କୁ ନିଜ କବଜାକୁ ନେଇଥିଲେ। ଗତକାଲିଠାରୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହିତ ଅନ୍ୟ ଅଧିକାରୀମାନେ ବିଭିନ୍ନ ପ୍ରଶ୍ନ କରିଥିଲେ। ତେବେ ସୋମବାର ଗିରଫ କରାଯିବା ପରେ ଗୋପାଳଙ୍କୁ ଝାରସୁଗୁଡା ଜେଏମଏଫସିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ପରେ ଗୋପାଳଙ୍କୁ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି। ଗୋପାଳଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି।

ସମ୍ବନ୍ଧିତ ଖବର