ଗ୍ୟାରେଜ୍‌ ଓ ଦୋକାନ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ପାୱାରରୋଡ଼ ପାର୍କିଂ ନିକଟ ଦୁଇଟି ଗ୍ୟାରେଜ୍‌ ଓ ଗୋଟିଏ ଦୋକାନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ନିଆଁରେ ତିନିଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ତିନିଟି ଦୋକାନରେ ପ୍ରାୟ ଲାକ୍ଷାଧିକ ଟଙ୍କାର ଗାଡି ମରାମତି ଯନ୍ତ୍ରାଂଶ ଜଳିଯାଇଛି। ପ୍ରତିଦିନ ପରି ଗତକାଲି ରାତିରେ ଗ୍ୟାରେଜ୍‌ ଓ ଦୋକାନର ମାଲିକ ବ୍ରିଜଲାଲ୍‌ ବିଶ୍ବକର୍ମା ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସେମିତି ବସ୍କି ଓ ଅଟୋ ଗ୍ୟାରେଜ୍‌କୁ ମଧ୍ୟ ଦୃର୍ବୁତ୍ତମାନେ ନିଆଁ ଲଗାଇଦେଇଥିଲେ।

ନିକଟରେ ରହୁଥିବା ଜଟାଧାରୀ ସାହୁ କହିଛନ୍ତି, ରାତି ପ୍ରାୟ ୨ଟାରେ କିଛି ଦୁର୍ବୃତ୍ତ ତିନିଟି ଦୋକାନରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ତିନିଟି ଦୋକାନ ଜଳୁଥିବା ଦେଖି ସେ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିବା ପୂର୍ବରୁ ଦୋକାନ ଓ ଗ୍ୟାରେଜ ଜଳିପୋଡି ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧିତ ଖବର