କୋଣାର୍କ : ପୁରୀ ଜିଲ୍ଲା ସମେତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ-ପୁରୀ ବେଳାମାର୍ଗରେ ଅବସ୍ଥିତ ରାମଚଣ୍ଡୀପୀଠ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରାକୃତିକ ପରିବେଶ ଘେରା ସବୁଜିମା, କୁଶଭଦ୍ରା ନଦୀ ଓ ବଙ୍ଗୋପସାଗରର ସଂଗମସ୍ଥଳୀ ମୁହାଣ ମୁହଁ ଏହି ପର୍ଯ୍ୟଟନସ୍ଥଳୀର ମୁଖ୍ୟ ଆକର୍ଷଣ ଭାବେ ବିବେଚିତ ହୋଇଥାଏ। ସେହିପରି କୁଶଭଦ୍ରା ନଦୀରେ ବୋଟିଂ ଓ ଜଳକ୍ରୀଡ଼ା ପାଇଁ ଏଠାରେ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ।
/sambad/media/post_attachments/wp-content/uploads/2019/11/konark-ramchandi-pitha-re-gada-hoi-rahithiba-plastik-O-mada-bital-1.jpg)
ପୁରୀ ଜିଲ୍ଲାପାଳ ଏହି ପୀଠର ଉନ୍ନତି ପାଇଁ ଗଠିତ ରାମଚଣ୍ଡୀ ଉନ୍ନୟନ କମିଟିର ଅଧ୍ୟକ୍ଷ ରହିଛନ୍ତି। କୋଣାର୍କ ଓ ପୁରୀ ସମେତ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ପ୍ରମୁଖ ସ୍ଥାନରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବନ୍ଦ ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ରାମଚଣ୍ଡୀରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରାଯିବା ସହ ଥର୍ମକୁଲ୍ ପ୍ଲେଟ୍, ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି।
/sambad/media/post_attachments/wp-content/uploads/2019/11/konark-ramchandi-pitha-re-gada-hoi-rahichi-alia-abarjana-300x210.jpg)
ସୂଚନା ଅନୁଯାୟୀ, ରାମଚଣ୍ଡୀ ପୀଠରେ ପଲିଥିନ୍ ଓ ପ୍ଲାଷ୍ଟିକ୍ର ବ୍ୟବହାର ବନ୍ଦ କରିବା ପାଇଁ ପୁଲିସ ଓ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକମାନେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର କରି ପରିବେଶକୁ ଦୂଷିତ କରିବାରେ ଲାଗିଛନ୍ତି। ଫଳରେ ପୀଠର ବିଭିନ୍ନ ସ୍ଥାନରେ ଏବେ ପ୍ଲାଷ୍ଟିକ୍ ଓ ପଇଡ଼ ଖୋଳପା ପାହାଡ଼ ପରି ଗଦା ହୋଇ ରହିଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2019/11/konark-ramchandi-pitha-re-gada-hoi-rahithiba-plastik-O-mada-bital.jpg1_-300x211.jpg)
ଆସନ୍ତା ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ-୨୦୧୯ ଅନୁଷ୍ଠିତ ହେବ। ସେହିପରି ଡିସେମ୍ବର ୧୪ ତାରିଖରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ରାମଚଣ୍ଡୀ ନିକଟସ୍ଥ ବେଳାଭୂମିରେ ଟେଣ୍ଟ୍ ସହର ଉତ୍ସବ ଅନୁଷ୍ଠିତ ହେବ। ଉକ୍ତ ଉତ୍ସବରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଯୋଗଦେବା ସହ ରାମଚଣ୍ଡୀ ପୀଠ ମଧ୍ୟ ପରିଦର୍ଶନ କରିବେ।
/sambad/media/post_attachments/wp-content/uploads/2019/11/2018051184-nq0b2udy7lm1w3doimkpuf8aliulgvx14zthaxnc7e.jpg)
ତେବେ ଏଠାରେ ଗଦା ହୋଇ ରହିଥିବା ପ୍ଲାଷ୍ଟିକ୍ ଓ ପଇଡ଼ ଖୋଳପାର ପାହାଡ଼ ପର୍ଯ୍ୟଟକଙ୍କ ମନରେ ନକରାତ୍ମକ ମନୋଭାବ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ରାମଚଣ୍ଡୀ ବଜାର କମିଟି, ଉନ୍ନୟନ କର୍ତ୍ତୃପକ୍ଷ, ପୁଲିସ ଏବଂ ବନବିଭାଗ ମିଳିତ ଭାବେ ପଲିଥିନ୍, ପ୍ଲାଷ୍ଟିକ୍ ଓ ଥର୍ମକୁଲ୍ର ବ୍ୟବହାର ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Polluted-Ramchandi-Enviorment_Thumbnail.jpg)