ଅନୁଗୁଳରୁ ସମ୍ବଲପୁର ଆସୁଥିବା ‘ଗରୁଡ଼’ ବସ ଦୁର୍ଘଟଣାଗ୍ରସ୍ତ, ୨୦ରୁ ୩୦ ଯାତ୍ରୀ ଆହତ ସୂଚନା

ସମ୍ବଲପୁର: ଅନୁଗୁଳରୁ ସମ୍ବଲପୁର ଆସୁଥିବାବେଳେ ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏଥିରେ ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି | ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରୁ ସମ୍ବଲପୁର ଆସୁଥିବା ଗରୁଡ(ଓଆର ୧୫ ଏଚ ୧୯୧୯) ନାମକ ବସର ଷ୍ଟିୟରିଂ ଲକ ହୋଇଯିବାରୁ ଏହା ଯୁଯୁମୁରା ଥାନା ଅନ୍ତର୍ଗତ ଗରଗଡ଼ବାହଲ ରେଲୱେ ଓଭର ବ୍ରିଜ ନିକଟରେ ଧକ୍କା ହୋଇଥିଲା |

ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଆଜି ରାତି ୮ଟା ୧୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଏବେ ପୁଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି |

ସମ୍ବନ୍ଧିତ ଖବର